Categories: Uncategorized

ଢାବାରେ ଛେପ ପକାଇ କରୁଥିଲେ ରୁଟି; ଭିଡିଓ ଭାଇରାଲ ହେବା ପରେ…

ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କ ‘ଛେପ ପକାବା’ ଘଟଣା ଏଯାଏ ଶାନ୍ତ ପଡ଼ି ନ ଥିବା ବେଳେ ଏବେ ଖାଦ୍ୟରେ ଛେପ ପକାଇବାର ଆଉ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ ହେଉଛି। ମାମଲାଟି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର। ଏଠାକାର କାକୋରୀର ରାସ୍ତାକଡ଼ରେ ଥିବା ଏକ ଢାବାରେ ରୁଟି ତିଆରି କରାଯାଉୟଥିବା ବେଳେ ରୋଷେୟା ଛେପ ପକାଉଥିବା ଦେଖାଯାଇଥିଲା। ଏହାକୁ ଦୂରରୁ କେହି ଫୋନ୍‌ରେ ରେକର୍ଡ କରି ନେଇଥିଲେ। ଏବେ ପୋଲିସ କାର୍ଯ୍ୟାନୁଷ୍ଠାନ ସ୍ବରୂପ ମାଲିକ, ରୋଷେୟା ଏବଂ ତାଙ୍କର ପାଞ୍ଚଜଣ ସହଯୋଗୀଙ୍କୁ ଗିରଫ କରିଛି।

ଦେଖନ୍ତୁ ଭିଡିଓ:

୨୨ସେକେଣ୍ଡର ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଲୋକମାନେ ଭିଡିଓ ଦେଖିବା ପରେ ବହୁତ ରାଗିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଶେଷରେ ତାହା ହିଁ ହୋଇଛି।