Categories: ଜାତୀୟ

‘ପିଜା, ବର୍ଗର ନୁହେଁ ରନ୍ଧା ଖାଦ୍ୟ ଭଲ’

ନୂଆଦିଲ୍ଲୀ,୨୮।୧୦: ଭାରତର ଉପ ରାଷ୍ଟ୍ରପତି ଭେଙ୍କାୟା ନାଇଡ଼ୁ ଗୁରୁବାର ଉତ୍ତର ଗୋଆରେ ଏକ କଲେଜର ନୂଆ କ୍ୟାମ୍ପସ ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ। ପ୍ରଯୁକ୍ତିବିଦ୍ୟା ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହେଉଥିବା ବିପଦ ଉପରେ ଆଲୋଚନା ବେଳେ ଉପ ରାଷ୍ଟ୍ରପତି ଭେଙ୍କାୟା ବର୍ଗର, ପିଜା ଅପେକ୍ଷା ରନ୍ଧା ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରକାରର ଖାଦ୍ୟ ରହିଛି। ଲୋକ ନିଜ ରୁଚି ଅନୁସାରେ ଖାଦ୍ୟ ଖାଇଥାନ୍ତି। କିନ୍ତୁ ଭାରତୀୟ ରନ୍ଧା ଖାଦ୍ୟ ଖାଇବା ଉଚିତ୍‌। ପିଜା, ବର୍ଗର ଅନ୍ୟ ଦେଶମାନଙ୍କ ପାଇଁ ଭଲ ଖାଦ୍ୟ ହୋଇଥାଇପାରେ। ଆମେମାନେ ଅର୍ଗାନିକ ଖାଦ୍ୟ ଗ୍ରହଣ କରିବା ଦରକାର। ବହୁ ସମୟ ଧରି ରହୁଥିବା ଖାଦ୍ୟ ଦେହ ପାଇଁ ଖରାପ। ଆମେ ଯେମିତି ଖାଦ୍ୟ ଖାଇବା ଆମକୁ ସେହି ଅନୁସାରେ ସଂରକ୍ଷଣ କରିବାକୁ ପଡ଼ିବ। ସେ ବୁଝାଇବାକୁ ଯାଇ କହିଛନ୍ତି, ଆମକୁ ବଟରଫ୍ଲାଏ ଗାର୍ଡେନର ଆବଶ୍ୟକତା ରହିଛି। ଏଥିପାଇଁ ଆମେ ଆଗକୁ ବଢ଼ିବା। କିନ୍ତୁ ଏହାର ଅର୍ଥ ନୁହେଁ ଯେ,ପ୍ରାକୃତିକ ପରିବେଶକୁ ଅଣଦେଖା କରିବା। ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଖାଦେଉଛି। ତେଣୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ସେ ଆଲୋକପାତ କରିଛନ୍ତି।

Share