କୁଲ୍‌ କୁଲ୍‌ ବାଣୀ

କେତେବେଳେ କେଉଁ ପ୍ରକାର କଥା କହିଲେ ତାହା ଆଲୋଚନା ପାଇଁ ଶତ ପ୍ରତିଶତ ଖୋରାକ ଯୋଗାଇଥାଏ ତାହାର କାଇଦା ବାଣୀ କପୁରଙ୍କୁ ମାଲୁମ। ଦେଖୁନାହାନ୍ତି, ଯେତେ ପ୍ରକାର ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଲେ ମଧ୍ୟ ସେ କେମିତି ସେଗୁଡ଼ିକର ଉତ୍ତର ବେଶ୍‌ ଥଣ୍ଡା ମିଜାଜ୍‌ରେ ଦେଇଦେଲେ। ନିଜ କ୍ୟାରିୟରକୁ ସେ କଦାପି ହାଲୁକା ଭାବରେ ନେଇନାହାନ୍ତି। ଏହାକୁ ନେଇ ବାଣୀ ଦେଖିଛନ୍ତି ଅନେକ ସ୍ବପ୍ନ। ଦିନେ ନା ଦିନେ ବଲିଉଡ୍‌ର ନାୟିକା ଦୌଡ଼ରେ ସେ ସାମିଲ ହେବେ ବୋଲି ଆଶା ରଖିଛନ୍ତି। ଏ ନେଇ କୁଲ୍‌ କୁଲ୍‌ ବାଣୀ କହନ୍ତି, ‘କଥାରେ ଅଛି ଧୀର ପାଣି ପଥର କାଟେ। ତେଣୁ ମୁଁ ଆଦୌ ତରତର ହେବାକୁ ଚାହେଁନା। ଗୁଡାଏ ସିନେମାରେ ଅଭିନୟ କରି ସେଗୁଡିକୁ ଫ୍ଲପ୍‌ ତାଲିକାଭୁକ୍ତ କରିବା ଅପେକ୍ଷା ଭଲ ଭଲ ଫିଲ୍ମରେ ଅଭିନୟ କଲେ କ୍ଷତି କ’ଣ ? ହିନ୍ଦୀ ସିନେମାରେ ମୋ କ୍ୟାରିୟରକୁ ନେଇ ବେଶ୍‌ ଆଲୋଚନା ହେଉଛି। ହେଲେ ମୁଁ ସେଗୁଡିକୁ ଆଦୌ ଗୁରୁତ୍ୱ ଦିଏନା। କାରଣ ମୋର ପରିଚୟ ହେଉଛି ଅଭିନୟ। ତେଣୁ ଆକ୍ଟିଂକୁ ମୁଁ ସବୁବେଳେ ଫୋକସ୍‌ କରିଥାଏ।’ ଗତ ବର୍ଷ ଜୁଲାଇରେ ବାଣୀଙ୍କ ଅଭିନୀତ ‘ସମସେରା’ ରିଲିଜ ହୋଇଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଆଶାନୁରୂପ ବିଜ୍‌ନେସ୍‌ କରିବାରେ ଅସଫଳ ହୋଇଥିଲା।

Share