କୁଲ୍‌ ସମର୍‌ ଲୁକ୍‌

ଖରାଦିନେ ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନ ଭାରି କଷ୍ଟ ଦେଇଥାଏ। ତା’ସାଙ୍ଗକୁ ବେଳେବେଳେ ଦେହରୁ ବାହାରୁଥିବା ଝାଳ ବି ମେକ୍‌ଅପ୍‌କୁ ଖରାପ କରିଦିଏ; ଫଳରେ ଯୁବତୀଙ୍କୁ ଏଦିନେ ମନମୁତାବକ ଷ୍ଟାଇଲ୍‌ କରିବାକୁ ବହୁତ ଅସୁବିଧା ହୁଏ। ତେଣୁ ଖରାଦିନେ କେଉଁଭଳି ପୋଷାକ ପରିଧାନ କରିବା ସହ କିଭଳି ମେକ୍‌ଅପ୍‌ ନେଲେ ଗରମରୁ ମୁକ୍ତି ମିଳିବା ସହ କୁଲ୍‌ ସମର୍‌ ଲୁକ୍‌ ପାଇହେବ ଜାଣନ୍ତୁ ସେ ସମ୍ପର୍କରେ…

* ଖରାଦିନେ ମହିଳାମାନେ ନିଜ ଓ୍ବାଡ୍‌ରୋବ୍‌ରେ ଧଳାରଙ୍ଗର ଆଉଟ୍‌ଫିଟ୍‌ ଯେମିତିକି ଧଳାରଙ୍ଗର ଶାର୍ଟ, ମ୍ୟାକ୍ସି ଡ୍ରେସ୍‌, ଲକ୍ଷ୍ନୌସୁଟ୍‌, ଅନାରକଲି, ଶାଢ଼ି, ଶଟର୍‌ସ, ପେନ୍‌ସିଲ୍‌ ସ୍କର୍ଟ ଆଦି ରଖନ୍ତୁ। ଏସବୁକୁ ପିନ୍ଧିଲେ କମ୍ଫର୍ଟେବଲ ଲାଗିବା ସହ କୁଲ୍‌ ଲୁକ୍‌ ମିଳିଥାଏ।
* ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ କମ୍ବିନେଶନ ବି ଖରାଦିନେ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ଖାସ୍‌କରି ବ୍ଲାକ୍‌ କଲର୍‌ର ଜିନ୍ସ ସହ ହ୍ବାଇଟ୍‌ କଲର୍‌ର ଶାର୍ଟ କିମ୍ବା ହ୍ବାଇଟ୍‌ କଲର୍‌ର ଡ୍ରେସ୍‌ ଉପରେ ବ୍ଲାକ୍‌ କଲର୍‌ର ପୋଲ୍‌କା ପ୍ରିଣ୍ଟ ଥିବା ଆଉଟ୍‌ଫିଟ୍‌ ବି ବେଶ୍‌ ଟ୍ରେଣ୍ଡି ଲାଗିଥାଏ।
* ଯୁବତୀ ଚାହିଁଲେ ଧଳା ସାଙ୍ଗରେ ହାଲୁକା ଗୋଲାପୀ, ହଳଦିଆ, କମଳା, ଲାଭେଣ୍ଡର୍‌ କିମ୍ବା ଅଲିଭ୍‌ ଗ୍ରୀନ୍‌ କଲର୍‌ର କମ୍ବିନେଶନ ଥିବା ଯେକୌଣସି ଆଉଟ୍‌ଫିଟ୍‌କୁ ମଧ୍ୟ ଟ୍ରାଏ କରି ଆକର୍ଷଣୀୟ ସମର୍‌ ଲୁକ୍‌ ପାଇପାରିବେ।
* ଖରାଦିନେ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ବି କୁଲ୍‌ ଲୁକ୍‌ ଦେଇଥାଏ। ଚେକ୍‌, ଷ୍ଟ୍ରାଇପ୍‌, ଜ୍ୟୋମେଟ୍ରିକ୍‌ ପ୍ରିଣ୍ଟର ଆଉଟ୍‌ଫିଟ୍‌କୁ ବି ଏହିଦିନେ ଟ୍ରାଏ କରାଯାଇପାରେ।
* ସେହିପରି ଖରାଦିନେ ଟାଇଟ୍‌ ଫିଟିଙ୍ଗ୍‌ ଡ୍ରେସ୍‌ ନ ପିନ୍ଧି ଟିକେ ଢିଲା ପୋଷାକ ପିନ୍ଧିଲେ ଆରାମ ଲାଗିଥାଏ। ବିଶେଷକରି କଟନ୍‌ ଫ୍ୟାବ୍ରିକ୍‌ର ଟି-ଶାର୍ଟ, ପ୍ଲାଜୋ, ଲେଗିଙ୍ଗ୍ସ ସହ ଲଙ୍ଗ୍‌ କୁର୍ତ୍ତି, ନି-ଲେଙ୍ଗ୍‌ଥ ଫ୍ରକ୍‌, ସାଲଓ୍ବାର୍‌ ସୁଟ୍‌, ଆସିମେଟ୍ରିକ୍‌ ଟପ୍ସ ତଥା ଶାଢ଼ି ଇତ୍ୟାଦି ଏହିଦିନେ ପିନ୍ଧିଲେ ବେଶ୍‌ କମ୍ଫର୍ଟେବଲ ଲାଗେ।
* ଖରାଦିନେ ଇଭନିଂ ପାର୍ଟିକୁ ଯିବାକୁ ଥିଲେ ସିଫନ୍‌, ଜର୍ଜେଟ କିମ୍ବା ର’ ସିଲ୍କର ଓ୍ବାନ୍‌ ସୋଲ୍ଡର ଅବା ଅଫ୍‌ ସୋଲ୍ଡରବାଲା ଯେ କୌଣସି ଶର୍ଟ ଡ୍ରେସ୍‌ କିମ୍ବା ମ୍ୟାକ୍ସି ଡ୍ରେସ୍‌ ପିନ୍ଧି ପାରିବେ। ଏହା ପିନ୍ଧିବାକୁ କମ୍ଫର୍ଟେବଲ୍‌ ଲାଗିବା ସହ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ।
*ତା’ଛଡ଼ା ଏହି ସିଜନ୍‌ରେ ହେଉଥିବା ପାର୍ଟି, ଫଙ୍କ୍‌ଶନ୍‌ ପାଇଁ ଗୋଲ୍ଡେନ୍‌ କିମ୍ବା ସିଲ୍‌ଭର୍‌ କଲର୍‌ର ପାର୍ଟି ଓ୍ବେର୍‌ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ଏପରିକି ଅଲିଭ୍‌ ଗ୍ରୀନ୍‌, ପିଙ୍କ୍‌ କିମ୍ବା ପିଚ୍‌ କଲର୍‌ର ଅନାରକଲି, ଲେହେଙ୍ଗା-ଚୋଲି, ଟ୍ରାଡିଶନାଲ୍‌ ଗାଉନ୍‌ ଅଥବା ଶାଢ଼ି ବି ଖରାଦିନିଆ ଫଙ୍କ୍‌ଶନ୍‌ ପାଇଁ ବେଷ୍ଟ ଅପ୍ସନ ହୋଇପାରେ।
* ଗ୍ଲାମରସ୍‌ ଲୁକ୍‌ ପାଇଁ ଯୁବତୀ ଚାହିଁଲେ ଖରାଦିନେ ଶିୟର୍‌ ବା ଟ୍ରାନ୍ସପାରେଣ୍ଟ ଡ୍ରେସ୍‌ ବି ଟ୍ରାଏ କରିପାରିବେ। କିନ୍ତୁ ଏହି ଆଉଟ୍‌ଫିଟ୍‌ ସ୍ଲିମ୍‌ଟ୍ରିମ୍‌ ଫିଗର୍‌କୁ ବେଶ୍‌ ଭଲ ମାନିଥାଏ।
* ଏହିଦିନେ ଅଧିକ ଗର୍ଜିୟସ୍‌ ଦେଖାଯାଉଥିବା କିମ୍ବା ହେଭି ଏମ୍ବ୍ରୋଏଡୋରି, ଷ୍ଟୋନ୍‌, ଚୁମ୍‌କି ଅଥବା ମିରର୍‌ କାମ ହୋଇଥିବା ଆଉଟ୍‌ଫିଟ୍‌ ବଦଳରେ ଯଦି ଗୋଲ୍ଡେନ୍‌, ସିଲଭର୍‌ କିମ୍ବା କୌଣସି ହାଲୁକା ରଙ୍ଗର ସିମ୍ପଲ୍‌ ଆଉଟ୍‌ଫିଟ୍‌କୁ ପିନ୍ଧାଯାଏ ତା’ହେଲେ ଆରାମରେ କୁଲ୍‌ ଲୁକ୍‌ ମିଳିଥାଏ।
* ଖରାଦିନେ ଯେତେ ଲାଇଟ୍‌ ମେକ୍‌ଅପ୍‌ ନେବେ ସେତେ ଭଲ। ଝାଳ ପାଇଁ ଓ୍ବାଟର୍‌ ଫ୍ରୁଫ୍‌ ମେକ୍‌ଅପ୍‌ ତ ଏକ ବେଷ୍ଟ ସଲ୍ୟୁସନ୍‌ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

ଅଖରୋଟ୍‌ ଖାଇଲେ ମିଳେ ଏସବୁ ଫାଇଦା

ଅଖରୋଟ୍‌ ଏପରି ଏକ ଶୁଖିଲା ଫଳ, ଯାହା ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ। ନିକଟରେ ହୋଇଥିବା ଏକ ଅଧ୍ୟୟନ...

କୃତ୍ରିମ ବୁଦ୍ଧିମତ୍ତା

ଯଦିଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟ ଆମେ ବର୍ତ୍ତମାନ ଆଣିଛୁ ତଥାପି କୃତ୍ରିମ ବୁଦ୍ଧିମତ୍ତା ମାନବ ସମାଜକୁ ଅନେକ ଉପାୟରେ ଉପକୃତ କରିବାର ସାମର୍ଥ୍ୟ...

ବ୍ରେନ୍‌ ଟ୍ୟୁମର: କାରଣ, ସତର୍କତା

ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ। ଖପୁରି ଭିତରେ ମସ୍ତିଷ୍କ ସୁରକ୍ଷିତ...

ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri