
ଖଲ୍ଲିକୋଟ,୨୪ା୩(ପ୍ରଶାନ୍ତ କୁମାର ମିଶ୍ର): ଚଳିତ ବର୍ଷ ଦଣ୍ଡ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ବନ୍ଦ କରିବା ପାଇଁ ଲୋକପ୍ରତିନିଧିଙ୍କ ସହଯୋଗ ଲୋଡ଼ିଛି ପୋସିଲ। ସୋମବାର ଏ ସମ୍ପର୍କରେ ଏକ ସଚେତନତା ବୈଠକ ସ୍ଥାନୀୟ ଥାନାରେ ଅନୁଷ୍ଠିତ ହୋଇଛି। ଆଇଆଇସି ରମେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଲ୍ଲିକୋଟ ବ୍ଲକର ସବୁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ। ଯେଉଁଠି ବି ଦଣ୍ଡ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ନଜରକୁ ଆସିବ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ଆଇଆଇସି କହିଥିଲେ। ଦଣ୍ଡ ଦଳଙ୍କୁ ଏ ସମ୍ପର୍କରେ ସଚେତନତା କରିବା ପାଇଁ ପଞ୍ଚାୟତର ଲୋକପ୍ରତିନିଧିଙ୍କୁ ଆଇଆଇସି ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ପଣା ସଂକ୍ରାନ୍ତି ବା ମେରୁ ଯାତ୍ରା, ହନୁମାନ ଜୟନ୍ତୀ ଓ ଇଦ ଉଲ ଫିତର ପାଖାପାଖି ପଡ଼ୁଥିବାରୁ ଏହା କିପରି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେ ଦିଗରେ ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଲୋଡ଼ିଥିଲେ ଥାନାଧିକାରୀ।