ଆର୍‌ବିଆଇ ପରିସରକୁ ଆସିଲା ସମବାୟ ବ୍ୟାଙ୍କ; ଅଧିକ ଦକ୍ଷ ହେବ ପରିଚାଳନା

ନୂଆଦିଲ୍ଲୀ,୨୫।୬ : ସମବାୟ ବ୍ୟାଙ୍କଗୁଡ଼ିକର ପରିଚାଳନାକୁ ନେଇ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଦ୍ୱାରା ଦେଶରେ ଥିବା ୧୪୮୨ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଏବଂ ୫୮ ମଲ୍ଟି ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ପରିସରକୁ ଆସିଛି। ସମବାୟ ବ୍ୟାଙ୍କଗୁଡ଼ିକ ଉପରେ ତତ୍ତ୍ୱାବଧାନ ରଖିବା ଲାଗି କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କକୁ ଅଧ୍ୟାଦେଶ ଦ୍ୱାରା ନୂଆ କ୍ଷମତା ପ୍ରଦାନ କରିଛନ୍ତି। ଘରୋଇ ବଜାରର ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ କ୍ଷେତ୍ରରେ ଯେଉଁ ଭଳି ଭାବେ କେନ୍ଦ୍ରୀୟ ବ୍ୟାଙ୍କ ନିୟମ ଲାଗୁ ହେଉଛି ବର୍ତ୍ତମାନ ସମବାୟ ବ୍ୟାଙ୍କଗୁଡ଼ିକ ଲାଗି ମଧ୍ୟ ଉକ୍ତ ନିୟମ ପରିସରକୁ ଆସିବେ। ବୁଧବାର ଖବରଦାତା କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଜାଭଡେକର କହିଛନ୍ତି ଯେ, ଦେଶ ମଧ୍ୟରେ ସମବାୟ ବ୍ୟାଙ୍କଗୁଡ଼ିକର ପରିସର ବହୁତ ବଡ଼ ରହିଛି। ୧୫୪୦ ସମବାୟ ବ୍ୟାଙ୍କରେ ୮.୬ କୋଟି ଜମାକାରୀ ରହିଛନ୍ତି। ଏମାନଙ୍କର ମୋଟ ଜମାପୁଞ୍ଜି ୪.୮୪ ଲକ୍ଷ କୋଟି ଟଙ୍କା ରହିଛି। ସମବାୟ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅଧୀନକୁ ଆସିବା ପରେ ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ଏହି ବ୍ୟାଙ୍କଗୁଡ଼ିକ ପ୍ରତି ଗ୍ରାହକଙ୍କର ବିଶ୍ୱସନୀୟତା ବଢ଼ିବ ବୋଲି ଜାଭଡେକର ମତ ପ୍ରକାଶ କରିଛନ୍ତି। ନୂଆ ନିୟମ ମୁତାବକ ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କଗୁଡ଼ିକର ଅଡିଟିଂ ଏବଂ ପରିଚାଳନା କ୍ଷେତ୍ରରେ ଅଧିକ କ୍ଷମତା ଲାଭ କରିବ। ନିୟାମକ ଦୃଷ୍ଟିକୋଣରୁ ବ୍ୟାଙ୍କଗୁଡ଼ିକରେ ସର୍ବୋତ୍ତମ ପରିଚାଳନା ପ୍ରାକ୍ଟିସ ଆଣିବା ଲାଗି କେନ୍ଦ୍ର ସରକାର ପୂର୍ବରୁ କହିଥିଲେ। ସମବାୟ ବ୍ୟାଙ୍କଗୁଡ଼ିକର ପରିଚାଳନାରେ ବିଗତ ଦିନଗୁଡ଼ିକରେ ଉଠିଥିବା ପ୍ରଶ୍ନବାଚୀ ଆଧାରରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ନୂଆ କ୍ଷମତା ଦ୍ୱାରା ରିଜର୍ଭ ବ୍ୟାଙ୍କ ସମବାୟ ବ୍ୟାଙ୍କଗୁଡ଼ିକର ବୋର୍ଡକୁ ପୁନର୍ଗଠନ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବ ବୋଲି ଜଣାପଡିଛି।
ଏହାବାଦ ଜାଭଡେକର କ୍ୟାବିନେଟ୍‌ର ଅନ୍ୟ ଏକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଦ୍ରା ଲୋନ୍‌କୁ ନେଇ ସେ କହିଛନ୍ତି ଯେ, ମୁଦ୍ରାର ଶିଶୁ ଋଣ ବର୍ଗରେ ହିତାଧିକାରୀଙ୍କୁ ୨% ସୁଧ ରିହାତି ମିଳିବ। ଶିଶୁ ଋଣ ଯୋଜନାରେ ୯.୩୫ କୋଟି ହିତାଧିକାରୀଙ୍କୁ ଏହି ନିଷ୍ପତ୍ତି ଦ୍ୱାରା ଲାଭ ମିଳିବ। ଚଳିତ ବର୍ଷ ଜୁନ୍‌ ପହିଲାରୁ ଏହା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ୨୦୨୧ ମେ ମାସ ଯାଏ ଏହାର ଅବଧି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri