ସମବାୟ ନିର୍ବାଚନ: ୧୦୩ ନାମାଙ୍କନ ପତ୍ର ଦାଖଲ

ଜମନକିରା,୨୭ା୫(ଡି.ଏନ.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକରେ ଥିବା ୩ଟି ଲ୍ୟାମ୍ପ୍‌ସରେ ମୋଟ ୧୦୩ଜଣ ପ୍ରାର୍ଥୀ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନା ଅନୁସାରେ, ପ୍ରତ୍ୟେକ ଲାମ୍ପ୍‌ସକୁ ୧୫ଟି ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇ ନିିର୍ବାଚନ ପ୍ରକ୍ରିୟା ହେଉଛି। ଧାର୍ଯ୍ୟ ତାରିଖ ଅନୁଯାୟୀ ଶୁକ୍ରବାର କୁକୁଣ୍ଡି ଲ୍ୟାମ୍ପ୍‌ସରେ ୩୧, ଫାଶିମାଲ ଲ୍ୟାମ୍ପ୍‌ସରେ ୩୩ ଓ ଜମନକିରା ଲ୍ୟାମ୍ପ୍‌ସରେ ୩୯ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିିର୍ବାଚନ ଅଧିକାରୀ ଭାବେ ୩ଲ୍ୟାମ୍ପ୍‌ସ ପାଇଁ ଯଥାକ୍ରମେ ଫକୀର ମୋହନ ବାଗ, ଜଗଦୀଶ ପ୍ରସାଦ ଧାନ ଓ ବିନୟ କୁମାର ପ୍ରଧାନ ପରିଚାଳନା କରିଥିଲେ। ଆସନ୍ତା ୨୯ରେ ଯାଞ୍ଚ ଓ ନାମାଙ୍କନ ପତ୍ର ପ୍ରତ୍ୟାହାର ଥିବା ବେଳେ ୩୧ରେ ଦିନ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଆସନ୍ତା ଜୁନ ୧୯ରେ ନିର୍ବାଚନ ଓ ଭୋଟ ଗଣତି ହେବା ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।