ଭିଜିଲାନ୍ସ ଜାଲରେ ସମବାୟ ଲ୍ୟାମ୍ପ୍ସ ଏମ୍‌ଡି

ସମ୍ବଲପୁର ଅଫିସ,୩ା୧୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଜମନକିରା ସମବାୟ ଲ୍ୟାମ୍ପସ୍‌ର ଏମ୍‌ଡି ଫଣିନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି। ଫଣିନ୍ଦ୍ରଙ୍କ ଜମନକିରା ଅଫିସ ଓ ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଏହି ଚଢ଼ାଉ ଜାରି ରଖିଛି।

ଦୀର୍ଘଦିନରୁ ଫଣିନ୍ଦ୍ରଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ ବିଭାଗ। ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା । ତେବେ ଆଜି ସକାଳୁ ଭିଜିଲାନ୍ସ ତାଙ୍କ ଜମନକିରା ଅଫିସ ଓ ପୈତୃକ ଗାଁ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି।

Share