ତେଲେଙ୍ଗାନା ରାଜ୍ୟ ସମବାୟ ଆପେକ୍ସ ବ୍ୟାଙ୍କ ପରିଦର୍ଶନ କଲେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର,୨୦ା୯(ଅସମାପିକା ସାହୁ): ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତରେ ଥିବା ବେଳେ ମଙ୍ଗଳବାର ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକଙ୍କୁ ବ୍ୟାଙ୍କର ସଭାପତି କୋନ୍ଦୁରୁ ରବିନ୍ଦ୍ର ରାଓ ଓ ପରିଚାଳନା ନିର୍ଦ୍ଦେଶକ ଡଃ ନେଥି ମୁରଲୀଧର ସ୍ବାଗତ ଜଣାଇଥିଲେ। ମନ୍ତ୍ରୀ ଶ୍ରୀ ନାୟକ ବ୍ୟାଙ୍କର ବିଭିନ୍ନ ଶାଖା, ସାଇବର କ୍ରାଇମ ନିୟନ୍ତ୍ରଣ ବ୍ୟବସ୍ଥା ବୁଲି ଦେଖିବା ସହିତ ଅଧିକାରୀମାନଙ୍କ ସହ ବ୍ୟାଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ପରିଚାଳନା ନିର୍ଦ୍ଦେଶକ ମୁରଲୀଧର ବ୍ୟାଙ୍କର ପରିଚାଳନା ବ୍ୟବସ୍ଥା, ଆର୍ଥିକ କାରବାର ଓ ସାଇବର କ୍ରାଇମ କକ୍ଷର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଦି ସମ୍ପର୍କରେ ଶ୍ରୀ ନାୟକଙ୍କୁ ଅବଗତ କରାଇଥିଲେ। ପରେ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡ଼ା ଜିଲାର କିଛି ଯୁବକଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

Share