
ଦାରିଙ୍ଗବାଡି, ୨୦।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବୃହଦଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟ ମାନେ ବିଭିନ୍ନ ଦାବି ନେଇ ସମିତି କାର୍ଯ୍ୟାଳୟ ସମ୍ମୁଖ ରେ ସକାଳ ଠାରୁ ଅନଶନରେ ବସିଛନ୍ତି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ସେମାନେ ଅନଶନ କରୁଥିଲେ ସୁଦ୍ଧା ତାଙ୍କ ଦାବିକୁ ଶୁଣାଯାଉ ନ ଥିବା ବୋର୍ଡ ସଦସ୍ୟ ମାନେ କହିଛନ୍ତି। ରାତି ପ୍ରାୟ ୧୦ଟା ପରେ ହୋଇଥିଲେ ସୁଦ୍ଧା ବିକ୍ଷୋଭକାରୀଙ୍କୁ କେହି ଅଧିକାରୀ ବୁଝାସୁଝା କରିବାରେ ପ୍ରୟାସ କରିନଥିବା ଜଣାପଡିଛି। ଫଳରେ ବିକ୍ଷୋଭକାରୀମାନେ ଦିନରେ ଖରାର ପ୍ରଭାବ ଓ ରାତିରେ ଶୀତର ପ୍ରକୋପରେ କଷ୍ଟ ପାଉଥିବା ଜଣାପଡିଛି। ସେମାନଙ୍କ ଗୋଟିଏ ଜିଦ ତାଙ୍କ ଦାବିକୁ ମାନି ନିଆଯାଉ।
ସୂଚନାଯୋଗ୍ୟ ଯେ, ସେମାନଙ୍କ ଦାବି ମଧ୍ୟରେ ରହିଛି। ସାଧାରଣ ସାମଗ୍ରୀ ବଣ୍ଟନ ପାଇଁ ମୋଟ ୧୭ ଟି କେନ୍ଦ୍ର ରହିଥିବା ବେଳେ ବର୍ତ୍ତମାନ ୧୨ଟି ବିକ୍ରୟକେନ୍ଦ୍ରରେ ସେଲ୍ସମ୍ୟାନ ପଦବୀ ଖାଲି ପଡିଛି। ସେହିପରି ଜଣେ କର୍ମଚାରୀ ୭ ବର୍ଷ ହେଲା ଅବସର ନେବା ପରେ ମଧ୍ୟ ସେ ସମିତିରେ କାର୍ଯ୍ୟରତ ତାଙ୍କୁ କାର୍ଯ୍ୟରୁ ହଟାଇବା ଦାବି ଆଦି ରହିଛି।