ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ସମନ୍ବୟ ଲୋଡ଼ା

ଭଞ୍ଜନଗର,୨୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଉଁଶଲୁଣ୍ଡି ପଞ୍ଚାୟତର ସରପଞ୍ଚ ଉଦ୍ଧବ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଭଞ୍ଜନଗର ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷାଧିକାରୀ ନେତାଜୀ ବିଷୋୟୀ ମୁଖ୍ୟ ବକ୍ତା, ସହଗୋଷ୍ଠୀ ଶିକ୍ଷାଧିକାରୀ ଗଜେନ୍ଦ୍ର କୁମାର ସେଠୀ, ସଂସ୍କୃତି ରତ୍ନ ନାରାୟଣ ମହାରଣା, ସିଆରସିସି ଅନୁପମା ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ରତ୍ନପ୍ରଭା ଦାଶ ବିବରଣୀ ପଠନ କରିଥିଲେ। ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ନିର୍ମଳ କୁମାର ସ୍ବାଇଁ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶିକ୍ଷୟିତ୍ରୀ ରଞ୍ଜୁଲତା ବେହେରା। ଏ ଅବସରରେ ଅତିଥିମାନେ ଶିକ୍ଷାର ମାନ ବୃଦ୍ଧି କରିବାକୁ ହେଲେ ଅଭିଭାବକ ଏବଂ ଶିକ୍ଷକ ମଧ୍ୟରେ ସମନୟ ଲୋଡ଼ା ବୋଲି କହିଥିଲେ।
ଶିକ୍ଷୟିତ୍ରୀ ନନ୍ଦିନୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିଭଳି ବଡ଼କୋଦଣ୍ଡା ନୂଆସାହି ପ୍ରାଥମିକ ବିଦ୍ୟାଳୟର ମଧ୍ୟ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ତ୍ରିପାଠୀଙ୍କ ସଭାତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଡ଼କୋଦଣ୍ଡା କ୍ଲଷ୍ଟର ସିଆରସିସି ଦ୍ୱୀତିକୃଷ୍ଣ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସେହିଭଳି ପୂର୍ବତନ ବଡ଼କୋଦଣ୍ଡା କ୍ଲଷ୍ଟର ସିଆରସିସି ମୋହନ ସାହୁ, ବିଦ୍ୟାଳୟର ପରିଚାଳନା ସଭାପତି ରଞ୍ଜିତା ପାତ୍ର, ସ୍ବୟଂ ସହାୟିକା ଗୋଷ୍ଠୀ ସଭାପତି ଗୀତାଞ୍ଜଳି ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସୁକୁରୁ ନାଇକ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ସିଆରସିସି ମୋହନ ସାହୁ ପ୍ରାରମ୍ଭିକ ସଂଗୀତ ଏବଂ ଗଛ ଉପରେ ଆଧାରିତ ଏକ ସଚେତନତା ଧର୍ମୀ କବିତା ଗାନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଶିଶୁ କବିତା ଓ ଶିକ୍ଷୟିତ୍ରୀ ଶାନ୍ତିଲତା ରାଉତ ଏକ ଭଜନ ଗାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର, ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶାନ୍ତିଲତା ରାଉତ ଓ ଲୋପାମୁଦ୍ରା ରଥ ତଥା ପାଚିକା ସହାୟିକା ଝୁନୁ ସାଇଁ ଓ ସବିତା ବିଷୋୟୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ସିଗାରେଟ୍‌ ବିକ୍ରି କରି ଫଶିଲେ, ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୩୦।୩: ଗଞ୍ଜାମ ଜିଲା ବ୍ରହ୍ମପୁର ଷ୍ଟାଡିୟମ ନିକଟରେ ଗଞ୍ଜେଇ ସିଗାରେଟ ବିକ୍ରି କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ସାରେ ବାନ୍ଧିଛି। ଅଭିଯୁକ୍ତ...

କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ  ପ୍ରକାଶ ପାଇଛି। ସ୍କୁଲ ପରିଚାଳନା...

ଆଜି ମୁଖ୍ୟମନ୍ତ୍ରୀ ଯିବେ କଳାହାଣ୍ଡି

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ...

କୋକସରା: ମନୋଜ ସଭାପତି, ଲଳିତ ସମ୍ପାଦକ

କୋକସରା,୩୦।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ମନୋଜ କୁମାର ନାଏକ, ଉପସଭାପତି...

ଡିଜିପି ଡିସ୍କରେ ସମ୍ମାନିତ ହେବେ ନୂଆପଡ଼ା ଏସ୍‌ପି

ନୂଆପଡ଼ା,୩୦।୩:(ମକାରୁ ବେମାଲ): ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆପଡା ଜିଲା ଆରକ୍ଷୀ ଅଧୀକ୍ଷକ ଜି ଆର୍‌ ରାଘବେନ୍ଦ୍ର ରାଜ୍ୟ ସରକାରଙ୍କ ତରଫରୁ ୨୦୨୪-୨୫...

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ ସୁଧାଂଶୁ ପୁଣି ସଭାପତି ନିର୍ବାଚିତ

ଭବାନୀପାଟଣା,୩୦।୩:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଧାଂଶୁ କୁମାର ନନ୍ଦ ଦ୍ୱିତୀୟ ଥର ପାଇଁ ସଭାପତି ଭାବେ...

ଗୁଣପୁର ସିଆରପିଏଫ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ: ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସିଲେଇ ଉପକରଣ, ପେପର ପ୍ଲେଟ ମେସିନ

ଥୁଆମୂଳ ରାମପୁର,୨୯।୩(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ୧୨ ବାଟାଲିୟନ, କେନ୍ଦ୍ରୀୟ ରିଜର୍ପ ଫୋର୍ସ (ସିଆରପିଏଫ) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ...

୧୭ ଚୋରି ବାଇକ୍‌ ଜବତ, ୩ ଗିରଫ

ନୂଆପଡ଼ା,୩୦ା୩ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ପୋଲିସ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଚୋରି ବାଇକ୍‌ ଜବତ କରି ୩ ଜଣକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image