Categories: ଜାତୀୟ

ପୋଲିସ ଅଧିକାରୀଙ୍କ ସମେତ ଦୁଇ ଭାଇଙ୍କୁ ହତ୍ୟା କଲେ

ଜମ୍ମୁ,୨୭।୩: ଜମ୍ମୁ-କଶ୍ମୀର ବୁଦଗାମ ଅଞ୍ଚଳରେ ଜଣେ ପୋଲିସ ଅଧିକାରୀଙ୍କ ପରିବାର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ପୋଲିସ ଅଧିକାରୀ ଏବଂ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଛି। ଚଳିତ ମାସରେ ବୁଦଗାମ ଜିଲାରେ ଆତଙ୍କବାଦୀମାନେ ତୃତୀୟ ଥର ପାଇଁ ଟାର୍ଗେଟ କରି ହତ୍ୟାକାଣ୍ଡ ଘଟାଇଛନ୍ତି।

ଶନିବାର ସନ୍ଧ୍ୟାରେ ପୋଲିସ ଅଧିକାରୀଙ୍କ ବୁଦଗାମ ଘରେ ବଳ ପୂର୍ବକ ପଶି କିଛି ଆତଙ୍କବାଦୀ ଗୁଳି ଚଳାଇଥିଲେ। ଏଥିରେ ସ୍ପେଶାଲ ପୋଲିସ ଅଫିସର (ଏସ୍‌ପିଓ) ଇଶଫାକ ଅହମ୍ମଦ ଦାରଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଭାଇ ଉମର ଅହମ୍ମଦ ଗୁରୁତର ଆହତ ହୋଇଥିଲେ। କିନ୍ତୁ ରବିବାର ସକାଳେ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିଲା। ବୁଦଗାମର ଚାଦବଗ ଗ୍ରାମରେ ଦୁଇ ଭାଇଙ୍କ ଅନ୍ତିମ ସଂସ୍କାରରେ ହଜାର ହଜାର ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ।

Share