Categories: ଜାତୀୟ

କନ୍‌ଷ୍ଟେବଳଙ୍କ ଗୁଳିରେ ୨ ମୃତ

କୋଲକାତା,୧୧।୬: କୋଲକାତାସ୍ଥିତ ବାଂଲାଦେଶ ଉପଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ନିକଟରେ ଜଣେ ପୋଲିସ କନ୍‌ଷ୍ଟେବଳ ଶୁକ୍ରବାର ନିଜ ସର୍ଭିସ ରାଇଫଲରୁ ଏକାଧିକ ରାଉଣ୍ଡ ଗୁଳି ଚଳାଇବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ଗୁଳିରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। କନଷ୍ଟେବଳ ଚୋଡୁପ୍‌ ଲେପ୍‌ଚା କିଛିଦିନ ଛୁଟିରେ ରହିବା ପରେ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଥିଲେ। କୋଲକାତା ସଶସ୍ତ୍ର ପୋଲିସର ୫ ବାଟାଲିୟନରେ କନଷ୍ଟେବଳ ଥିବା ଲେପ୍‌ଚା କିଛିଦିନ ହେଲା ବିଷାଦଗ୍ରସ୍ତ ଥିଲେ ବୋଲି କୁହାଯାଉଛି।

Share