ଲିମା: କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱରେ ଅନେକ କଟକଣା ଲଗାଯାଇଛି। ସେଥିରୁ ଗୋଟିଏ ହେଲା ଘରୁ ବାହାରକୁ ଗଲେ ମାସ୍କର ବ୍ୟବହାର। ହେଲେ କିଛି ଲୋକ ମାସ୍କ ପିନ୍ଧିବାକୁ ଭୁଲିଯାଇଥାନ୍ତି। ଏଥିପାଇଁ ତାଙ୍କୁ ଜରିମାନା ଦେବାକୁ ପଡ଼ିଥାଏ। ଏଭଳି ଏକ ଘଟଣାକ୍ରମରେ ପେରୁର ଜଣେ ମହିଳା କୋଭିଡ-୧୯ ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଥିଲେ। ହେଲେ ଏଥିପାଇଁ ପୋଲିସକର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କଥାଟି ଏପରି। ପେରୁର ରାଜଧାନୀ ଲିମାର ମିରାଫ୍ଲୋର୍ସ ବୋଡବାକ୍ ଅଞ୍ଚଳର ଜଣେ ମହିଳା କୋଭିଡ ନିୟମ ଉଲ୍ଲଂଘନ କରିଥିଲେ। ଏହାଦେଖି ଜଣେ ପୋଲିସ କର୍ମୀ ତାଙ୍କୁ ଅଟକାଇଥିଲେ। ପରେ ତାଙ୍କୁ ଛାଡ଼ି ଦେଇଥିଲେ। ଏହା ବଦଳରେ ଜରିମାନା ସ୍ବରୂପ ମହିଳାଜଣଙ୍କ ପୋଲିସକର୍ମୀଙ୍କୁ ଚୁମ୍ବନ ଦେଇଥିଲେ। ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପୋଲିସକର୍ମୀଙ୍କୁ ତଦନ୍ତ କରାଯିବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।