Categories: ଜାତୀୟ

ନାବାଳକଙ୍କୁ ମାଡ଼ମାରିବା ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା

ଭଦୋଦରା,୪।୪: ଜଣେ ୧୩ ବର୍ଷ ନାବାଳକକୁ ମାଡ଼ମାରିବା ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡିଛି। ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଗୁଜରାଟର ଭଦୋଦରାରେ ଥିବା ନନ୍ଦେସାରି ବଜାରରେ ଏହି ଘଟଣା ଘଟିଛି।

ଶକ୍ତିସିନ ପାୱାର ନାମକ ଜଣେ ପୋଲିସ ଅଧିକାରୀ ଅଫିସିଆଲ କାମରେ ଚନ୍ନି ପୋଲିସ ଷ୍ଟେଶନ୍‌ ଯାଇଥିଲେ। ମାର୍କେଟ୍‌ ଦେଇ ଫେରୁଥିବା ବେଳେ ଜଣେ ନାବାଳକ ଉପରେ ତାଙ୍କ ନଜର ପଡ଼ିଥିଲା। ପିଲାଟି ଗୁଣୁଗୁଣୁ ହୋଇ କିଛି କହୁଥିବା ଦେଖି ଶକ୍ତିସିନ ରାଗିଯାଇଥିଲେ। ଗାଡ଼ିରୁ ଓହ୍ଲାଇ ପିଲାଟିର ହାତ ଧରି ମାଡ଼ ମାରିଥିଲେ। ଏନେଇ ନାବାଳକ ଜଣକ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏ ସଂକ୍ରାନ୍ତରେ ଏକ ଭିଡିଓ ସାମ୍ନକୁ ଆସିଥିଲା। ପ୍ରମାଣ ତଥ୍ୟକୁ ଆଧାର କରି ଗୁଜରାଟ ଜୋନ୍‌-୧ ଡେପୁଟି କମିଶନର ପୋଲିସ ଅଧିକାରୀ ଶକ୍ତିସିନଙ୍କୁ ନିଲମ୍ବନ କରିଛନ୍ତି।

Share