ବିକାଶଶୀଳ ଦେଶଗୁଡିକୁ ପ୍ରତିବର୍ଷ ମିଳିବ ୩୦ ବିଲିୟନ ଡଲର, ୩୦ ପ୍ରତିଶତ ଭୂମି

ମୋଟ୍ରିୟଲ,୨୦ ।୧୨: ମିଳିତ ଜାତିସଂଘ କପ ୧୫ ସମ୍ମିଳନୀରେ ଐତିହାସିକ ଚୁକ୍ତିନାମ ଅନୁଯାୟୀ ଗରିବ ତଥା ବିକାଶଶୀଳ ଦେଶଗୁଡିକ ଜୈବ ବିବିଧତା ରକ୍ଷା କରିବାକୁ ପ୍ରତିବର୍ଷ ୩୦ ବିଲିୟନ ଡଲାର ଆର୍ଥିକ ସହାୟତା ପାଇବେ । ଏଥି ସହି ୨୦୩୦ ବର୍ଷ ସୁଦ୍ଧା ଜୈବ ବିବିଧତା ରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥିବା ୩୦ ପ୍ରତିଶତ ଜମି ଏବଂ ମହାସାଗର ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗୁକ୍ତିନାମା ମଧ୍ୟ କରାଯାଇଥିଲା । ସମ୍ପ୍ରତି ୧୭ ପ୍ରତିଶତ ସ୍ଥଳ ଓ ୧୦ ପ୍ରତିଶତ ସାମୁଦ୍ରିକ ଅଞ୍ଚଳ ସୁରକ୍ଷିତ ରହିଛି ।
ସୋମବାର କାନାଡାର ମୋଣ୍ଟ୍ରିଆଲ ସହରରେ ଉଭୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଚୁକ୍ତିନାମା ସହ ଏହି ସମ୍ମିଳନୀ ସମାପ୍ତ ହୋଇଛି । ଆଦିବାସୀମାନଙ୍କର ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ । ଏହି ସୁରକ୍ଷା ଦ୍ୱାରା ବିସ୍ଥାପନର ଭୟ ଦୂର ହେବ । ଚୁକ୍ତିନାମା ଅନୁଯାୟୀ, ଗରିବ ଦେଶମାନଙ୍କ ପାଇଁ ବାର୍ଷିକ ଆର୍ଥିକ ସହାୟତା ୨୦୨୫ ସୁଦ୍ଧା ଅତିକମରେ ୨୦ ବିଲିୟନ ଡଲାରକୁ ବୃଦ୍ଧି କରାଯିବ । ୨୦୩୦ ସୁଦ୍ଧା ଏହି ପରିମାଣ ବାର୍ଷିକ ୩୦ ବିଲିୟନକୁ ବୃଦ୍ଧି ପାଇବ । ଏଥିସହିତ ୨୦୩୦ ସୁଦ୍ଧା ବିଭିନ୍ନ ଉତ୍ସରୁ ଜୈବ ବିବଧତା ପାଇଁ ୨୦୦ ବିଲିୟନ ଡଲାର ସଂଗ୍ରହ କରିବାକୁ ତଥା ସବସିଡି ଫେଜ କିମ୍ବା ସଂସ୍କାର ଆଣିବା ପାଇଁ କାର୍ଯ୍ୟ କରିବାକୁ କୁହାଯାଇଛି, ଯାହା ପ୍ରକୃତି ପାଇଁ ୫୦୦ ବିଲିୟନ ଡଲାର ପ୍ରଦାନ କରିବ ।

Share