Categories: ଜାତୀୟ

ନିଶାଶକ୍ତଙ୍କୁ ରାସ୍ତା ଉପରେ ପିଟିବା ମହଙ୍ଗା ପଡ଼ିଲା

ଭୋପାଳ,୧୩।୩: ଇନ୍ଦୋରରେ ଅଭିଯୋଗ ଅନୁଯାୟୀ, ଦୁଇ ମଦ୍ୟପଙ୍କୁ ରାସ୍ତା ଉପରେ ନିର୍ଯାତନା ଦେବା ୩ ପୋଲିସ କର୍ମୀଙ୍କୁ ମହଙ୍ଗା ପଡ଼ିଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣା ଶନିବାର ରାତିରେ ହରି ନଗର ଥାନା ନିକଟରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଖୁବ୍‌ ଭାଇରାଲ ହୋଇଥିବା ଭିଡିଓରେ ବିନା ପୋଷାକରେ ପୀଡ଼ିତଙ୍କୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ୩ ପୋଲିସ କର୍ମୀ ଗୋଇଠା ଏବଂ ବାଣ୍ଟନରେ ମାରୁଥିବା ଦେଖିବାକୁ ମିଳିଛି।

“ଏହି ଘଟଣା ଶନିବାର ରାତିରେ ଘଟିଥିଲା। ଦୁଇ ମଦ୍ୟପ ଉତ୍ତେଜନା ସୃଷ୍ଟି କରୁଥିବା ହିରା ନଗର ପୋଲିସକୁ ଖବର ମିଳିଥିଲା। ସେମାନଙ୍କ ମଧ୍ୟରୁ ଜଣେ ପୋଲିସ ଠାରୁ ବାଡ଼ି ଛଡ଼ାଇ ନେଇଥିଲେ। ଭାଇରାଲ ଅନ୍ୟ ଏକ ଭିଡିଓରେ ଜଣେ ମଦପ୍ୟ ପୋଲିସକୁ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳୁଛି। ଏଥିଯୋଗୁ ପୋଲିସ କର୍ମୀ ଉତ୍ତ୍ୟକ୍ତ ହୋଇ ମଦ୍ୟପଙ୍କୁ ମାଡ଼ ଦେଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ପୋଲିସ କର୍ମୀଙ୍କୁ ସସ୍‌ପେଣ୍ଡ କରାଯାଇଛି” ବୋଲି ଇନ୍ଦୋର ଡିସିପି ରାଜେଶ ରଘୁବଂଶି କହିଛନ୍ତି।

Share