Categories: ଜାତୀୟ

କେଜ୍‌ରିଓ୍ବାଲଙ୍କୁ ‘କପି ମାଷ୍ଟର’ କହିଲେ ଗୋଆ ମୁଖ୍ୟମନ୍ତ୍ରୀ

ପାଣାଜୀ,୩।୧୦: ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟରେ ବହୁ ଦଳ ଜୋରଦାର କାର୍ଯ୍ୟ କରୁଛନ୍ତି। ସେଥିମଧ୍ୟରୁ ଦିଲ୍ଲୀର ଶାସକ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ଏକ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ। ଦଳ ଦ୍ୱାରା ଅନେକ ନିର୍ବାଚନ ପ୍ରତିଶ୍ରୁତି ଦିଆଯାଉଛି। ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ ଅରବିନ୍ଦ କେଜ୍‌ରିିୱାଲ ମଧ୍ୟ ନିର୍ବାଚନ ଜିତିଲେ ଗୋଆର ଲୋକଙ୍କୁ ମାଗଣା ତୀର୍ଥଯାତ୍ରା ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ତାଙ୍କୁ ଟାର୍ଗେଟ କରିଛନ୍ତି।
ସାୱନ୍ତ କେଜ୍‌ରିଓ୍ବାଲଙ୍କ ମାଗଣା ତୀର୍ଥଯାତ୍ରା ଯୋଜନାକୁ ତାଙ୍କ ଯୋଜନା ବୋଲି ବର୍ଣ୍ଣନା କରିଛନ୍ତି। ଏ ସମ୍ପର୍କରେ ସାୱନ୍ତ କହିଛନ୍ତି, ମୁଁ ମୋର ବଜେଟରେ ଏହା (ମାଗଣା ତୀର୍ଥଯାତ୍ରା) ଘୋଷଣା କରିଥିଲି। ଏହାର ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଛି। ସେ (କେଜ୍‌ରିିୱାଲ) ମୋ ଯୋଜନାକୁ କପି କରୁଛନ୍ତ। ସେ ଏଥିରେ ଅଭ୍ୟସ୍ତ। ସେ ଜଣେ ‘କପି ମାଷ୍ଟର’ ବୋଲି ସେ କହିଛନ୍ତି।

Share