Categories: ଜାତୀୟ

ଆଜିଠାରୁ ମିଳିବ କୋର୍ବେଭାକ୍ସ କୋଭିଡ୍‌ ଟିକା

ନୂଆଦିଲ୍ଲୀ, ୧୧ା୮: ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ୍‌ ଟିକା ଆଜିଠାରୁ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ। ଘରୋଇ ଏବଂ ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକରେ ମଧ୍ୟ ଏହା ମିଳିବ। କେନ୍ଦ୍ର ସରକାରଙ୍କୁ ୧୦ କୋଟି ଟିକା ଯୋଗାଇ ଦିଆଯାଇଥିବା ଟିକା ଉତ୍ପାଦନକାରୀ ବାୟୋଲୋଜିକାଲ ଇ ଲିମିଟେଡ କହିଛି।
କୋର୍ବେଭାକ୍ସ କୋଭିଡ୍‌ ଟିକାର ବୁଷ୍ଟର ଡୋଜ୍‌କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗତ ବୁଧବାର ମଞ୍ଜୁରୀ ଦେଇଛି। ପୂର୍ବରୁ କୋଭାକ୍ସିନ କିମ୍ବା କୋଭିଶିଲ୍ଡ ଟିକା ନେଇଥିବା ସାବାଳକମାନଙ୍କୁ କୋର୍ବେଭାକ୍ସ ପ୍ରିକଶନ ଡୋଜ୍‌ ଭାବେ ଦିଆଯାଇପାରିବ। ଦ୍ୱିତୀୟ ଡୋଜ୍‌ ନେବାର ୨୬ ସପ୍ତାହ କିମ୍ବା ୬ ମାସ ପରେ କୋର୍ବୋଭାକ୍ସ ବୁଷ୍ଟର ଡୋଜ୍‌ ନେଇପାରିବେ। ଟିକାକରଣ ଉପରେ ଗଠିତ ନ୍ୟାଶନାଲ ଟେକ୍‌ନିକାଲ ଆଡଭାଇଜରି ଗ୍ରୁପ୍‌ (ଏନ୍‌ଟିଏଜିଆଇ)ର କୋଭିଡ୍‌-୧୯ ଓ୍ବାର୍କିଂ ଗ୍ରୁପ୍‌ ଗତ ସପ୍ତାହରେ କୋର୍ବେଭାକ୍ସକୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ବୁଷ୍ଟର ଡୋଜ୍‌ ଭାବେ ମଞ୍ଜୁରୀ ଲାଗି ସୁପାରିସ କରିଥିଲେ।

Share