୧୨-୧୮ ବର୍ଷର କିଶୋରଙ୍କ ପାଇଁ ଖୁବଶୀଘ୍ର ଆସିବ ସ୍ୱଦେଶୀ କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ,୧୫ ।୨: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ)ର ବିଷୟ ବିଶେଷଜ୍ଞ କମିଟି(ଏସ୍‌ଇସି) ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ବାୟୋଲଜିକାଲ ଇର କୋଭିଡ ୧୯ ଟିକା କାର୍ବେଭ୍ୟାକ୍ସକୁ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ ଯେ ସୋମବାର ସେଣ୍ଟ୍ରାଲ ଡ୍ରଗ୍ସ ଅଥରିଟି ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ ପ୍ୟାନେଲ କୋଭିଡ ୧୯ ଟିକା କାର୍ବେଭ୍ୟାକ୍ସକୁ ସୀମିତ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ତେବେ ସରକାର ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଟିକାଦେବାକୁ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ନୀତି ଆୟୋଗର ସଦସ୍ୟ(ସ୍ୱାସ୍ଥ୍ୟ) ବି କେ ପଲ ନିକଟରେ ଏକ ଖବରଦାତା ସମ୍ମିଳନୀରେ କହିଥିଲେ, ଟିକାକରଣର ଅତିରିକ୍ତ ଆବଶ୍ୟକତା ଓ ଟିକାକରଣ ପାଇଁ ଜନସଂଖ୍ୟାକୁ ସାମିଲ କରିବାକୁ ନେଇ ଲଗାତାର ଯାଞ୍ଚ କରାଯାଉଛି ।

Share