Categories: ଜାତୀୟ

ଫଡ୍‌ନବିସଙ୍କ ବାସଭବନରେ ଭାଜପାର କୋର କମିଟି ବୈଠକ ଜାରି: ପରବର୍ତ୍ତୀ ରଣନୀତି ଉପରେ ଚର୍ଚ୍ଚା

ମୁମ୍ବାଇ,୨୭।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ନୂଆ ମୋଡ଼ ନେବାରେ ଲାଗିଛି। ସୋମବାର ଏହି ମାମଲାରେ ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ୫ଦିନ ମଧ୍ୟରେ ଏହାର ଜବାବ ମାଗିଛନ୍ତି। ଜୁଲାଇ ୧୧ରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ମୁମ୍ବାଇର ଏଲ୍‌ଓପି ସ୍ଥିତ ଦେବେନ୍ଦ୍ର ଫଡ୍‌ନାବିସଙ୍କ ସାଗର ବଙ୍ଗଳାରେ ଭାଜପାର କୋର କମିଟି ବୈଠକ ଜାରି ରହିଛି। ଏଥିରେ ଦଳ ଶିନ୍ଧେ ଗୋଷ୍ଠୀଙ୍କୁ ନେଇ ଖୁବ୍‌ଶୀଘ୍ର କୌଣସି ନିଷ୍ପତ୍ତି ନେଇପାରେ। ଏହି ବୈଠକରେ ମହାରାଷ୍ଟ୍ର ଭାଜପା ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏବଂ ଅନ୍ୟ ଭାଜପା ନେତାମାନେ ସାମିଲ ହୋଇଛନ୍ତି। ଏଥିରେ ରାଜ୍ୟର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି।

Share