ଆବଶ୍ୟକ ସାମଗ୍ରୀ: ସିଝା ମକା ଦାନା-୧ କପ୍, ମାୟୋନିଜ୍- ୩ ଚାମଚ, ଟମାଟୋ କ୍ୟାଚଅପ୍- ୧ଚାମଚ, ବ୍ରାଉନ୍ ବ୍ରେଡ୍- କିଛି ସ୍ଲାଇସ୍, ଲହୁଣୀ-ଅଳ୍ପ, ଗୋଲମରିଚ ଗୁଣ୍ଡ- ଅଳ୍ପ, କଟା ଧନିଆପତ୍ର- ଅଳ୍ପ, ଲୁଣ ସ୍ବାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ସିଝା ହୋଇଥିବା ମକା ଦାନା ସହିତ ମାୟୋନିଜ୍, ଲୁଣ, ଧନିଆପତ୍ର, ଟମାଟୋ କ୍ୟାଚଅପ୍ ଓ ଗୋଲମରିଚ ଗୁଣ୍ଡକୁ ମିଶାଇ ଭଲଭାବେ ଫେଣ୍ଟି ରଖନ୍ତୁ। ଏହା ପରେ ବ୍ରାଉନ୍ ବ୍ରେଡକୁ ଆଣି ଛୁରୀରେ ତିନିକୋଣିଆ କରି କାଟି ଦିଅନ୍ତୁ। ବ୍ରେଡର ଗୋଟିଏ ଖଣ୍ଡ ଉପରେ ପ୍ରଥମେ ଲହୁଣୀ ଲଗାନ୍ତୁ। ଏହାପରେ ସେଥିରେ ଗୋଳା ହୋଇଥିବା ମକା ଦାନାକୁ ରଖି ପୁଣି ଏକ ବ୍ରେଡ ଖଣ୍ଡରେ କଭର କରନ୍ତୁ। ଏବେ ତାୱା ଗରମ କରି ସେଥିରେ ଅଳ୍ପ ଲହୁଣୀ ପକାଇ ସଜାଡ଼ି ରଖିଥିବା ବ୍ରେଡକୁ ପକାଇ ଦୁଇପଟକୁ ସେକି ଦିଅନ୍ତୁ। ଏବେ ଏହାକୁ ଗରମ ଗରମ ଖାଆନ୍ତୁ।