Categories: ଖେଳ

ଟି ୨୦ରେ କର୍ନଓ୍ବାଲଙ୍କ ଦ୍ୱିଶତକ

ଆଟଲାଣ୍ଟା, ୭ା୧୦: ଟି୨୦ ମ୍ୟାଚରେ ଦ୍ୱିଶତକ ହାସଲ କରିଛନ୍ତି ଓ୍ବେଷ୍ଟ ଇଣ୍ଡିଆନ୍‌ ଅଲରାଉଣ୍ଡର ରଖିମ୍‌ କର୍ନଓ୍ବାଲ। ଆଟଲାଣ୍ଟା ଓପନ୍‌ ଟି ୨୦ କ୍ରିକେଟରେ ଆଟଲାଣ୍ଟା ଫାୟାର ପକ୍ଷରୁ ଖେଳୁଥିବା କର୍ନଓ୍ବାଲ ୭୭ ବଲରୁ ୨୦୫ ରନର ଇନିଂସ ଖେଳିଛନ୍ତି। ଟି ୨୦ରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇଥିବା ବେଳେ ସେ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ଏହି ଇନିଂସରେ ସେ ୨୨ ଛକା ଓ ୧୭ ଚୌକା ମାରିଥିଲେ। ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ କ୍ରିସ ଗେଲଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ପୂର୍ବରୁ ବାଂଲାଦେଶ ପ୍ରିମିୟର ଲିଗରେ ଗେଲ ଗୋଟିଏ ଇନିଂସରେ ୧୮ ଛକା ମାରିଥିଲେ। ଏହା ସହିତ ବାଉଣ୍ଡ୍ରି ମାଧ୍ୟମରେ ୨୦୦ ରନ୍‌ କରି ସେ ନିଜ ନାମରେ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି। ୨୦୧୩ ମସିହାରେ ୧୭୫ ରନର ଇନିଂସ ଖେଳିବା ବେଳେ ଗେଲ୍‌ ୧୫୪ ରନ ବାଉଣ୍ଡ୍ରି ଜରିଆରେ ସ୍କୋର କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଟି୨୦ରେ ଦ୍ୱିଶତକ କରିବାରେ କର୍ନଓ୍ବାଲ ପ୍ରଥମ ଖେଳାଳି ନୁହନ୍ତି। ଦିଲ୍ଳୀର ସୁବୋଧ ଭଟ୍ଟି ପ୍ରଥମ ଖେଳାଳି ଭାବେ ଏକ କ୍ଲବ ମ୍ୟାଚରେ ୨୦୫ ରନ୍‌ କରିଥିଲେ। ଭଟ୍ଟିଙ୍କ ୭୯ ବଲ ଇନିଂସରେ ୧୭ଟି ଲେଖାଏ ଛକା ଓ ଚୌକା ସାମିଲ ଥିଲା।

Share