ଭୁବନେଶ୍ବର, ୩ା୬(ବ୍ୟୁରୋ): ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଲାଗି ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ଲାଗି ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ଲାଗି ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଆହତଙ୍କ ଆରୋଗ୍ୟ କାମନା ସହ ମୃତକଙ୍କ ପରିବାର ବର୍ଗଙ୍କ ନିକଟରେ ସେ ସମବେଦନା ଜଣାଇଛନ୍ତି। ମନ୍ତ୍ରୀ ବୈଷ୍ଣବ ଶନିବାର ଘଟଣାସ୍ଥଳରେ ପହଞ୍ଚିବେ ବୋଲି ସୂଚନା ମିଳିଛି।