କରୋନା କଟକଣାକୁ ଫୁ: ୪ ଦୋକାନକୁ ୮୫ ହଜାର ଜରିମାନା

କେସିଙ୍ଗା,୩୧।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ନେଇ ସୋମବାର ୪ଟି ଦୋକାନକୁ ସିଲ କରାଯାଇଛି। ଏହି ୪ଟି ଦୋକାନରୁ ୮୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସାମାଜିକ ଦୂରତାକୁ ଅବମାନନା କରିବା ଏବଂ ଦୋକାନ ଖୋଲିବା ସମୟରେ କେସିଙ୍ଗା ପୋଲିସ ଚଢ଼ାଉ କରି ଜରିମାନା ଆଦାୟ କରିଛନ୍ତି।