ପୁଣି କରୋନା ଆତଙ୍କ, ଦେଶର ୨୮ ଜିଲା ରେଡ୍‌ ଜୋନ୍‌…

ନୂଆଦିଲ୍ଲୀ, ୯।୬ : କରୋନା ସଂକ୍ରମଣ ନେଇ ଦେଶରେ ପୁଣି ସଙ୍କଟ ସୃଷ୍ଟି ହୋଇଛି। ସଂକ୍ରମଣ ବୃଦ୍ଧି ଯୋଗୁ ହିମାଚଳ ପ୍ରଦେଶରୁ କେରଳ ପର୍ଯ୍ୟନ୍ତ ଦେଶର ୨୮ ଟି ଜିଲାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି।

ଏଥିମଧ୍ୟରେ ହରିୟାଣା ଏବଂ ମହାରାଷ୍ଟ୍ରର ଚାରୋଟି ଜିଲା ଅନ୍ତର୍ଭୁକ୍ତ। ଏସବୁ ଜିଲାରେ ସାପ୍ତାହିକ ସଂକ୍ରମଣ ହାର ପାଞ୍ଚ ପ୍ରତିଶତରୁ ଅଧିକ ରହିଛି। ରାଜ୍ୟଗୁଡ଼ିକ ସହିତ ଏକ ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଭାବିତ ରାଜ୍ୟମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅରୁଣାଚଳ ପ୍ରଦେଶ ସମେତ ସାତୋଟି ରାଜ୍ୟରେ କରୋନା ସକ୍ରିୟ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅରୁଣାଚଳ ପ୍ରଦେଶରେ ସର୍ବାଧିକ ୨୧.୪୩ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି। ଦେଶର କେତେକ ସ୍ଥାନରେ ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଗୋଟିଏ ଦିନରେ ସଂକ୍ରମଣ ହାର ୪୦ ପ୍ରତିଶତ ଡେଇଁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରୋନା ମାର୍ଗଦର୍ଶିକା ପାଳନକୁ କଡ଼ାକଡ଼ି କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି।

Share