ଦେହଜୀବୀଙ୍କୁ କରୋନା ସହାୟତା: ମାସକୁ ୫ ହଜାର ସହିତ ୫ କିଲୋ ରାଶନ

ମୁମ୍ବାଇ,୨୬।୧୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ମୁମ୍ବାଇରେ ବାସ କରୁଥିବା ୫,୬୦୦ରୁ ଅଧିକ ଦେହଜୀବୀଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର ଦେହଜୀବୀଙ୍କୁ ମାସିକ ୫ ହଜାର ଟଙ୍କା ସହିତ ୫ କିଲୋ ରାଶନ ଯୋଗାଇଦେବାକୁ ଯୋଜନା କରିଛନ୍ତି। କରୋନା ସଂକ୍ରମଣ ଶେଷ ନ ହେବା ପର୍ଯ୍ୟନ୍ତ ଏହି ସହାୟତା ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପାଠପଢୁଥିବା ଦେହଜୀବୀଙ୍କ ପିଲାଙ୍କୁ ମାସିକ ଅଢ଼େଇ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସରକାର କହିଛନ୍ତି। ଏନେଇ ରାଜ୍ୟ ମହିଳା ଏବଂ ବାଳ ବିକାଶ ବିଭାଗ ପକ୍ଷରୁ ଦେହଜୀବୀଙ୍କ ତାଲିକା ଜାରି କରାଯାଇଛି। ସେଥିମଧ୍ୟରେ ଦେହଜୀବୀଙ୍କର ୧୫୯୨ ପିଲା ରହିଥିବା କୁହାଯାଉଛି।

Share