Categories: ଜାତୀୟ

ଚିନ୍ତା ବଢାଉଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୧୮୦ ଆକ୍ରାନ୍ତ ଚିହ୍ନଟ, ୩ ମୃତ

ନୂଆଦିଲ୍ଲୀ,୧୬।୧: କରୋନା ମହାମାରୀ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିଛି । ପ୍ରତିଦିନ ନୂଆ ମାମଲା ଆସୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ଗୋଟିଏ ଦିନରେ ଭାରତରେ କୋଭିଡ -୧୯ର ୧୮୦ଟି ନୂଆ ମାମଲା ରେକର୍ଡ ହୋଇଛି। ଏହା ସହିତ ସଂକ୍ରମଣର ସକ୍ରିୟ ମାମଲା ସଂଖ୍ୟା ୨,୮୦୪କୁ ବୃଦ୍ଧି ପାଇଛି। ଏଥିସହ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ସଂକ୍ରମଣ ହେତୁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଡିସେମ୍ବର ୫ ପର୍ଯ୍ୟନ୍ତ ମାମଲାଗୁଡ଼ିକର ହ୍ରାସ ରେକର୍ଡ କରାଯାଇଥିଲା। କିନ୍ତୁ ଥଣ୍ଡା ପାଗର ଆଗମନ ସହିତ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। କୋଭିଡ -୧୯ର ନୂଆ ଭାରିଆଣ୍ଟ ସ୍ବାସ୍ଥ୍ୟ ବିଭାଗର ଚିନ୍ତାକୁ ମଧ୍ୟ ବଢାଇ ଦେଇଛି ।

Share