ଆଣ୍ଟାର୍କଟିକାରେ ପହଞ୍ଚିଲା କରୋନା: ୩୬ ଗବେଷକ ଆକ୍ରାନ୍ତ

ଓ୍ବାଶିଂଟନ,୨୩।୧୨: ଏବେ ପୃଥିବୀର ସମସ୍ତ ସ୍ଥାନରେ କରୋନା ସଂକ୍ରମଣ ପହଞ୍ଚି ସାରିଛି। କୌଣସି ଅଞ୍ଚଳ କରୋନା ସଂକ୍ରମଣରୁ ମୁକ୍ତ ରହିବାକୁ ସକ୍ଷମ ହୋଇନାହିଁ। ଶେଷରେ ଅଣ୍ଟାର୍କଟିକାରେ କରୋନା ପହଞ୍ଚିଛି। ଏଠାରେ କାର୍ଯ୍ୟରତ ୩୬ ଜଣ ଗବେଷକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗବେଷକଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ୨୭ ନଭେମ୍ବରରେ ଚିଲିରୁ ଆସିଥିବା କିଛି ସାମଗ୍ରୀ ଦ୍ୱାରା ଏଠାକୁ କରୋନା ଭୂତାଣୁ ଆସିଥିବା ଅନୁମାନ କରାଯାଉଛି। ଚିଲିର ବେରନାନ୍ଦୋ ଓ ହିଗିନ୍ସ ରିସର୍ଚ୍ଚ ସେଣ୍ଟରରେ ଚିଲି ସୈନ୍ୟ ବାହିନୀର ୨୬ ସୈନ୍ୟ ଏବଂ ୧୦ ଅନ୍ୟ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଠାରେ ୩୮ଟି ବେସ୍‌ ରହିଥିବାବେଳେ ମୋଟ ୧୦୦୦ ଲୋକ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେହି କରୋନାରେ ଆକ୍ରାନ୍ତ ହୋଇ ନ ଥିଲେ। ତେବେ ୨୦୮ କର୍ମଚାରୀଙ୍କୁ ନେଇ ଯାଇଥିବା ଚିଲି ସୈନ୍ୟ ବାହିନୀର ଜାହାଜରେ ୩ ଜଣଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା କୁହାଯାଉଛି। ଏହି ଜାହାଜ ନଭେମ୍ବର ୨୭ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଏଠାରେ ରହିଥିଲା।

Share