କରୋନା ସହାୟତା: ଭିଜିଲାନ୍ସ ଅଧିକାରୀ, କର୍ମଚାରୀ ଦେଲେ ୧୩ ଲକ୍ଷ

ଭୁବନେଶ୍ୱର, ୨୬।୬(ବ୍ୟୁରୋ): କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ୧୩ ଲକ୍ଷ ୧୩୭ ଟଙ୍କା ଦାନ କରିଛନ୍ତି। ଶୁକ୍ରବାର ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଭିଜିଲାନ୍ସ ମହାନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ସଂଗୃହିତ ଦିନକର ଦରମା ରାଶି ବାବଦରେ ୧୩ ଲକ୍ଷ ୧୩୭ ଟଙ୍କାର ଡ୍ରାପ୍ଟ ପ୍ରଦାନ କରିଛନ୍ତି। ଚେକ୍‌ଗ୍ରହଣ କରି ମୁଖ୍ୟ ଶାସନ ସଚିବ ତ୍ରିପାଠୀ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହ ନିଜ ନିଜ ଭିତରେ ସାମାଜିକ ଦୂରତା ଓ ସ୍ବଚ୍ଛତା ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ।

Share