କ୍ୟାପିଟାଲ ହସ୍ପିଟାଲରେ କରୋନା: ୪୦ ଡାକ୍ତର ପଜିଟିଭ୍‌

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢିଚାଲିଛି। ତେବେ କ୍ୟାପିଟାଲ୍‌ ହସ୍ପିଟାଲର ୧୩୦ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଡାକ୍ତର, ୩୦ ନର୍ସ, ୪୦ ଟେକ୍ନିସିଆନ, ୧୦/୧୫ ଫାର୍ମାସିଷ୍ଟ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତ ବାହାରିବା ପରେ ହସ୍ପିଟାଲ କାର୍ଯ୍ୟ ପ୍ରଭାବିତ ହେବା ନେଇ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି। ବର୍ତ୍ତମାନ ପାଇଁ ହସ୍ପିଟାଲର ଅପରାହ୍ନ ଓପିଡିକଚୁ ବନ୍ଦ କରାଯାଇଛି ବୋଲି ନିର୍ଦ୍ଦେଶକ କହିଛନ୍ତି।

Share