ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଘରେ କରୋନା

ନୂଆଦିଲ୍ଲୀ, ୫।୮: ସୁପ୍ରିମ୍‌ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଗୋଗୋଇଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ରଞ୍ଜନ ସୂଚନା ଦେଇଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ପୂର୍ବତନ ସିଜେଆଇଙ୍କୁ କରୋନା ସଂକ୍ରମଣ ହୋଇଥିବା ଖବର ସୋସିଆଲ୍‌ ମିଡ଼ିଆରେ ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସମେତ ବହୁ ନେତା ଟୁଇଟ୍‌ କରି ଗୋଗୋଇଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିଛନ୍ତି। ସୂଚନାଯୋଗ୍ୟ, ରଞ୍ଜନ ଗୋଗୋଇ ବାବରୀ ମସଜିଦ୍‌ ରାମଜନ୍ମଭୂମି ମାମଲାରେ ଐତିହାସିକ ରାୟ ଦେଇଥିଲେ।

Share