ଅଲମ୍ପିକ୍‌ରେ କରୋନା…

ଟୋକିଓ,୧୭।୭: ଜାପାନର ଟୋକିଆ ଅଲମ୍ପିକ୍‌ରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍‌ ହେବାକୁ ଯାଉଛି। ଏହା ପୂର୍ବରୁ ସ୍ଥାନୀୟ କ୍ରୀଡ଼ା ଗ୍ରାମରେ ଜଣେ ଖେଳାଳିଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ, କ୍ରୀଡ଼ା ଗ୍ରାମରେ କରୋନାର ପ୍ରଥମ ଘଟଣା ଘଟିଛି। ଅଲମ୍ପିକ୍‌ରେ ଯୋଗଦେବାକୁ ଆସିଥିବା ଜଣେ ଖେଳାଳିଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଛି। ସମ୍ପୃକ୍ତ ଖେଳାଳିଙ୍କୁ କ୍ରୀଡ଼ା ଗ୍ରାମରୁ ବାହାର କରି ଦିଆଯାଇଛି। ତାଙ୍କୁ ଟୋକିଓର ଏକ ହୋଟେଲରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।

Share