ଭୁବନେଶ୍ୱର,୧ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଟିକେ କମିଛି। ସୋମବାର ରାଜ୍ୟରେ ୮୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି। ତେବେ ଆଜି ରାଜ୍ୟରୁ ୭୯୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୩,୯୪୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୩୩୧ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୩୪ ଜଣ ଶିଶୁ ବି ଅଛନ୍ତି।
ଆଜି ସୁୁନ୍ଦରଗଡ଼ରୁ ସର୍ବାଧିକ ୧୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୧୩ ଏବଂ ମୟୂରଭଞ୍ଜରୁ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ବାଲେଶ୍ୱରରୁ ୮, ବରଗଡ଼ ୩୦, ଭଦ୍ରକ ୭, ବଲାଙ୍ଗୀର ୨୮, ବୌଦ୍ଧ ୩୮, କଟକ ୨୧, ଦେବଗଡ଼ ୯, ଢେଙ୍କାନାଳ ୩, ଗଜପତି ୫, ଜଗତସିଂହପୁର ୧, ଯାଜପୁର ୧୯, ଝାରସୁଗୁଡ଼ା ୧୯, କଳାହାଣ୍ଡି ୩୭, କନ୍ଧମାଳ ୧୮, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୧୨, କୋରାପୁଟ ୪, ନବରଙ୍ଗପୁର ୨୦, ନୟାଗଡ଼ ୧୭, ନୂଆପଡ଼ା ୧୧, ପୁରୀ ୧, ରାୟଗଡ଼ରୁ ୧୧ ଏବଂ ସୋନପୁରରୁ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୨୭।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୩,୯୪୨ରେ ପହଞ୍ଚିଥିବା ବେଳେ ୧୨,୯୮,୦୧୬ ଜଣ ସୁସ୍ଥ ହୋଇଛନ୍ତି। ୬୭୩୨ ଜଣ ଚିକିିତ୍ସିତ ହେଉଛନ୍ତି।