ନୂଆଦିଲ୍ଲୀ, ୧୧।୧ : ଦିଲ୍ଲୀର ବିଭିନ୍ନ ଜେଲ୍ରେ କରୋନା ମହାମାରୀ ବିସ୍ଫୋରଣ ଘଟିଛି। ଜେଲ୍ର ୬୬ କଏଦୀ ଏବଂ ୪୮ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସେଥିମଧ୍ୟରେ ଦିଲ୍ଲୀର ତିହାର ଜେଲ୍ରେ ୪୨ କଏଦୀ ଏବଂ ୩୪ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି।
ମାଣ୍ଡୋଲି ଜେଲ୍ର ୨୪ କଏଦୀ ଏବଂ ୮ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ରୋହିଣୀ ଜେଲ୍ରେ ୬ ଜଣ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଜେଲ୍ର ୧୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଇତିମଧ୍ୟରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି।