Categories: ଜାତୀୟ

କେରଳ ଜେଲ୍‌ରେ କରୋନା ବିସ୍ଫୋରଣ…

ଥିରୁଭାନନ୍ତପୁରମ୍‌୍‌, ୨୨।୧ : କେରଳର ଥିରୁଭାନନ୍ତପୁରମ୍‌ଠାରେ ଥିବା ପୂଜାପୁରା କେନ୍ଦ୍ରୀୟ ଜେଲ୍‌ରେ କରୋନା ବିସ୍ଫୋରଣ ଘଟିଛି। ଜେଲର ୨୬୨ କଏଦୀଙ୍କ ନମୁନା ରିପୋର୍ଟ କରୋନା ପଜିିଟିଭ୍‌ ଆସିଛି। ଜେଲର ୯୩୬ କଏଦୀଙ୍କ ନମୁନା ପରୀକ୍ଷା କରାଯାଇଥିଲା। ନମୁନା ରିପୋର୍ଟ ଆସିବା ପରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

କରୋନାରେ ଆକ୍ରାନ୍ତ ହୋଇଥିବା କଏଦୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।

ସେହିପରି କନ୍ନୁର ଜେଲ କେନ୍ଦ୍ରୀୟ ଜେଲରେ ମଧ୍‌ୟ ୧୦ ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନେ କୋଝିକୋଡ଼େ ଏବଂ କାଶରଗଡ଼ର ରିମାଣ୍ଡ କଏଦୀ ବୋଲି ଜେଲ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆକ୍ରାନ୍ତଙ୍କୁ ଅଲଗା ସେଲ୍‌ରେ ରଖାଯାଇଥିବା ବେଳେ ଅନ୍ୟ କଏଦୀଙ୍କ ନମୁନା ପରୀକ୍ଷା ଜାରି ରହିଛି।

 

Share