ଚଣ୍ଡିଗଡ଼, ୬।୧ : ଏୟାର ଇଣ୍ଡିଆ ବିମାନରେ କରୋନା ବିସ୍ଫୋରଣ ଘଟିଛି। ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାଞ୍ଚ୍ କରାଯାଇଥିବା ୧୮୨ ଯାତ୍ରୀଙ୍କ ନମୁନା ମଧ୍ୟରୁ ୧୦୦ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସମ୍ପୃକ୍ତ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଛି।
ଏୟାର ଇଣ୍ଡିଆର ବିମାନଟି ଇଟାଲୀର ରୋମ୍ରୁ ଅମୃତସର ଆସିଥିଲା। ରିପୋର୍ଟ ମିଳିବା ପରେ ଅମୃତସର ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ସହିତ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ସହିତ ମିଳିତ ଭାବେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଛି।
ବିମାନ ବନ୍ଦର ଅଞ୍ଚଳକୁ ମାଇକ୍ରୋ କ୍ୱାରାଣ୍ଟାଇନ୍ ଜୋନ୍ ଭାବେ ଘୋଷଣା କରାଯାଇଛି।
ବିମାନକୁ ସାନିଟାଇଜ୍ କରାଯିବା ସହିତ ରିପୋର୍ଟ ନେଗେଟିଭ୍ ଆସିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି।