ପୁଣି ରେକର୍ଡ ଭାଙ୍ଗିଲା କରୋନା: ରାଜ୍ୟରେ ଆଜି ୧୨,୩୯୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୧୨,୩୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩୮ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୫୪୫୨ ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨୦୧ ଜଣ ଚିହ୍ନଟ ହୋଇଥିବାବେଳେ କଟକ ଦ୍ୱିତୀୟ ସ୍ଥାନରେ ରହିଛି। ସୁନ୍ଦରଗଡ ଜିଲାରୁ ୨୪ ଘଣ୍ଟା ମଧ୍ୟରେ ୯୩୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ରହିଛି କଟକ ଜିଲା। ଏଠାରୁ ୭୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୫୩୨, ସମ୍ବଲପୁର ୬୭୭, ମୟୂରଭଞ୍ଜରୁ ୪୮୦, ବରଗଡ଼ରୁ ୫୦୭, ଝାରସୁଗୁଡ଼ାରୁ ୪୧୩, ନୟାଗଡ଼ ୩୦୧, ପୁରୀରୁ ୪୬୯, ନୂଆପଡ଼ାରୁ ୨୦୪ ଜଣ, ଯାଜପୁରରୁ ୪୩୬, ଜଗତସିଂହପୁରରୁ, ୨୫୯, କଳାହାଣ୍ଡିରୁ ୨୧୦, ଗଞ୍ଜାମରୁ ୩୮୭, ବୌଦ୍ଧରୁ ୨୨୮, ଢେଙ୍କାନାଳରୁ ୧୭୪, ଭଦ୍ରକରୁ ୪୧୨, ବଲାଙ୍ଗୀରରୁ ୪୬୧, ସୁବର୍ଣ୍ଣପୁରରୁ ୧୭୮, କେନ୍ଦ୍ରାପଡା ୧୩୭, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୪୬, ରାୟଗଡା ୧୮୭, ଦେବଗଡ ୧୦୮, ଗଜପତିରୁ ୧୧୫ କନ୍ଧମାଳରୁ ୧୦୨, ମାଲକାନଗିରିରୁ ୧୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲ୍‌ରୁ ୩୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୮ ହଜାର ୬୮୭କୁ ବୃଦ୍ଧି ପାଇଛି। ଆକ୍ଟିଭ ୧ ଲକ୍ଷ ୪ ହଜାର ୧୬ ଜଣ ଥିବା ବେଳେ ସୁସ୍ଥ ହେଲେଣି ୪ ଲକ୍ଷ ୮୨ ହଜାର ୧୬ଜଣ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Share