ବଢୁଛି ପ୍ରଦୂଷଣ କମୁଛି ତାପମାତ୍ରା: ରାଜଧାନୀରେ ବେକାକୁ ହେଲାଣି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨ ।୧୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବୁଧବାର ଏଠାରେ ୨୪ ଘଣ୍ଟାରେ ୭ ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଧିର ଧିରେ ଏଥିରେ ବୃଦ୍ଧି ଘଟୁଥିବା ଲକ୍ଷ୍ୟ କରାଯାଇଛି । ବିଶେଷଜ୍ଞଙ୍କ କହିବା କଥା ହେଲା ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢୁଥିବା ବେଳେ ତାପମାତ୍ରା ମଧ୍ୟ କମ୍ ହେଉଛି । ତେଣୁ ଏହା କରୋନା ସଂକ୍ରମଣ ବୃଦ୍ଧିରେ ସାହାଯ୍ୟ କରୁଛି । ଅନ୍ୟପଟେ କରୋନାର ଦ୍ରୁତ ବୃଦ୍ଧିକୁ ଦେଖି ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ ସୂଚନା ଦେଇଛନ୍ତି ଯେ ଘାଟମାନଙ୍କରେ ଅନୁଷ୍ଠିତ ହେଉଥିବା କମ୍ୟୁନିଟି ଛଟ ପୂଜାକୁ ବାରଣ କରାଯାଇଛି । ବିଶେଷ କରି ସାମାଜିକ ଦୂରତା ହିଁ ଆମକୁ କରୋନା ସଂକ୍ରମଣଠାରୁ ଦୂରେଇ ରଖିବ ବୋଲି ବିଶେଷଜ୍ଞ ବହୁ ପୂର୍ବରୁ ସୂଚନା ଦେଇ ସାରିଛନ୍ତି ।

Share