ବାଣ ଫୁଟିଲେ ବଢିପାରେ କରୋନା: ଡିଏମ୍‌ଇଟି

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ କୋଭିଡ୍‌କୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତା ବଢେଇବା ଭଳି ସୂଚନା ଦେଇଛି। ବାଣ ଫୁଟିଲେ ବଢିପାରେ କରୋନା ଏ ନେଇ ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ବର୍ତ୍ତମାନ କରୋନା ରହିବା ଓ ବଢ଼ିବା ଚିନ୍ତାଜନକ ବିଷୟ ସେଥିପାଇଁ ସମସ୍ତେ ସତର୍କ ରହିବା ଉଚିତ୍‌ ବୋଲି ସେ କହିଛନ୍ତି।

ଆଗକୁ ଦୀପାବଳି ଆସୁଛି। ତେଣୁ ବାଣ ଫୁଟାଇବା ଦ୍ୱାରା ନାଇଟ୍ରିକ୍‌ ଡାଇଅକ୍ସାଇଡ୍‌ ବାହାରିଥାଏ। ଯାହାକି କରୋନା ଭୂତାଣୁ ବଢିବାରେ ସାହାଯ୍ୟ କରିଥାଏ। ଏଣୁ କରୋନା ସଂକ୍ରମଣ ବଢିବା ନେଇ ଆଶଙ୍କା ଅଛି। ତେଣୁ ଏଥିପ୍ରତି ସତର୍କ ରହିବାକୁ ସରକାର ଜାରି କରିଥିବା ଗାଇଡଲାଇନ୍‌ ମାନିଲେ କରୋନା ନିୟନ୍ତ୍ରଣରେ ରହିବ ବୋଲି ଡାକ୍ତର ମହାନ୍ତି କହିଛନ୍ତି।

Share