ନାଗପୁର,୧୯।୨: କରୋନା ପୁଣି ଥରେ ମହାରାଷ୍ଟ୍ର କାୟା ବିସ୍ତାର କରିବା କରିବା ଆରମ୍ଭ କରିଛି। ମହାରାଷ୍ଟ୍ରରେ ୭୫ଦିନ ପରେ ୫୦୦୦ରୁ ଅଧିକ ନୂଆ କରୋନା ସଂକ୍ରମଣ ସାମ୍ନାକୁ ଆସିଛି। ନାଗପୁରରେ କରୋନା ଉଗ୍ର ରୂପ ଧାରଣ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୪୪ଟି ନୂଆ କରୋନା ମାମଲା ଆସିଥିବାବେଳେ ୬ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ମାମଲା ଆସିବା ପରେ ମହାରାଷ୍ଟ୍ର ସରକାର ପୁଣି ଥରେ କରୋନା ଗାଇଡ ଲାଇନକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ମହାରାଷ୍ଟ୍ରରେ ରେକର୍ଡ ୫,୪୨୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ଡିସେମ୍ବର ୪ଠାରୁ ଏହି ସଂଖ୍ୟା ସର୍ବାଧିକ ଅଟେ। ଡିସେମ୍ବର ୪ ପରେ ପ୍ରଥମ ଥର ପାଇଁ ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫ ହଜାରରୁ ଅଧିକ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୨୦ ଲକ୍ଷ ୮୧ ହଜାର ୫୨୦ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୯ ଲକ୍ଷ ୮୭ ହଜାର ୮୦୪ ଲୋକ ଆରୋଗ୍ୟ ହୋଇଥିବାବେଳେ ୫୧ ହଜାର ୬୬୯ ରୋଗୀଙ୍କ ମୃତ୍ୟୁ ଘଟିଛି। ସେଠାରେ ୪୦ ହଜାର ୮୫୮ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି।