ଆର୍ଥିକ ସଙ୍କଟ ସାଙ୍ଗକୁ ବଢୁଛି କରୋନା ମାମଲା

ଇସଲାମାବାଦ,୨୫ା୩: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ କରୋନା ପ୍ରକୋପ କମିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପାକିସ୍ତାନରେ ୩.୫୮ ପ୍ରତିଶତ କରୋନା ମାମଲା ବୃଦ୍ଧି ଘଟିଛି। ଏହା ସହିତ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶବ୍ୟାପୀ ସତର୍କ ସୂଚନା ଜାରି କରାଯାଇଛି।

ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ (NIH) ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪,୧୯୪ ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ ୧୫୦ଟି ପଜିଟିଭ ହୋଇଛି। ଏହା ବ୍ୟତୀତ କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି। ୨୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Share