ଆମେରିକାରରେ ପୁଣି ବଢ଼ିଲା କରୋନା ମାମଲା, ବୁଷ୍ଟର ଡୋଜ ନେବାକୁ ପରାମର୍ଶ…

ଓ୍ବାଶିଂଟନ,୩୧।୭ : ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଚେତାବନୀ ଦେଇଛି ଦେଶରେ କରୋନା ସଂକ୍ରମଣ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ପରିସଂଖ୍ୟାନ ଅନୁଯାୟୀ, ଡିସେମ୍ବର ୨୦୨୨ ତୁଳନାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟାରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି।

ଜୁଲାଇ ୧୫ଠାରୁ ସପ୍ତାହକରେ, କରୋନା ସଂକ୍ରମଣ ଯୋଗୁୁ ଆମେରିକାରେ ୭୧୦୦ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୂର୍ବ ସପ୍ତାହରେ ଏହି ସଂଖ୍ୟା ୬୪୪୪ ଥିଲା।
ଗତ ମାସ ତୁଳନାରେ ଆମେରିକାର କରୋନା ଜରୁରୀକାଳୀନ କୋଠରୀକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଆମେରିକାରେ କରୋନାର ନୂଆ ଲହରକୁ ନେଇ ଆଶଙ୍କା ରହିଛି। ସିଡିସିର କରୋନା ଅଧିକାରୀ ଡକ୍ଟର ବ୍ରାଣ୍ଡାନ ଜ୍ୟାକସନ କହିଛନ୍ତି ଛଅ-ସାତ ମାସ ହ୍ରାସ ପରେ ପୁଣିଥରେ କରୋନା ମାମଲାରେ ବୃଦ୍ଧି ଘଟିଛି। ଡକ୍ଟର ଜ୍ୟାକସନ କହିଛନ୍ତି ଏହା ଗ୍ରୀଷ୍ମ ଲହରର ଆରମ୍ଭ ହୋଇପାରେ।

Share