ଆମେରିକାରେ ପୁଣି ବୃଦ୍ଧି ପାଉଛି କରୋନା ମାମଲା, ଚେତାଇଲା ସ୍ବାସ୍ଥ୍ୟ ବିଭାଗ

ଓ୍ବାଶିଂଟନ୍‌,୧।୮: ଆମେରିକାକୁ ପୁଣି ଡରାଇଛି କରୋନା। ସେଣ୍ଟର୍ସ ଫର ଡିଜିଜି କଣ୍ଟ୍ରୋଲ (ସିଡିସି) ଚେତାବନୀ ଦେଇଛି ଯେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନା ଯୋଗୁ ଡାକ୍ତରଖାନାରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟରୁ ଜଣାପଡିଛି କି, ଡିସେମ୍ବର ୨୦୨୨ ତୁଳନାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟାରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି। ଜୁଲାଇ ୧୫ ପର୍ଯ୍ୟନ୍ତ, କରୋନା ସଂକ୍ରମଣ ହେତୁ ଆମେରିକାରେ ୭୧୦୦ ରୋଗୀ ଭର୍ତ୍ତି ହୋଇଛନ୍ତି।

ତେବେ ଏଭଳି ପରିସ୍ଥିତିରେ ଆମେରିକାରେ କରୋନାର ନୂଆ ଲହର ଆସିବା ନେଇ ଆଶଙ୍କା କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ଏ ସଂକ୍ରାନ୍ତରେ ନୋଟିସ ଜାରି କରିଛି। ସିଡିସିର କରୋନା ଅଧିକାରୀ ଡକ୍ଟର ବ୍ରାଣ୍ଡାନ ଜ୍ୟାକସନ କହିଛନ୍ତ, ଛଅ-ସାତ ମାସ ପରେ କରୋନା ମାମଲା ହ୍ରାସ ପାଇବା ପରେ ପୁଣିଥରେ ବୃଦ୍ଧି ପାଇଛି। ପ୍ରବଳ ଗରମ ଯୋଗୁ ଏପରି ପରିସ୍ଥତି ଦେଖାଦେଇଛି। ଲୋକଙ୍କୁ ଆଗୁଆ ବୁଷ୍ଟର ଡୋଜ୍‌ ନେବାକୁ ପରାମର୍ଶ ଦିଆଯାଇଛି।

Share