ସୋରଡ଼ା,୩୦।୪: ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁଛି। ଏହାକୁ ଦୃଷ୍ଟିରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟରେ ୧୦୩ ଶଯ୍ୟା ବିଶିଷ୍ଠ କୋଭିଡ୍ କେୟାରର ସେଣ୍ଟର ପାଇଁ ବିଧିବଦ୍ଧ ବ୍ୟବସ୍ତା ସରିଛି । ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ,ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ର ପ୍ରମୁଖ ୫ ଜଣିଆ ଟିମ୍ ମଧ୍ୟାହ୍ନରେ ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ଆଲୋଚନା କରିଥିଲେ । ସେଠାରେ କରୋନା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ସହ ୧୦୩ଟି ଅକ୍ସିଜେନ୍ର ବ୍ୟବସ୍ଥା କରାଯାଇଥିବା କାର୍ଯନିର୍ବାବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ର ସୂଚନା ଦେଇଛନ୍ତି । ଆଜିଠାରୁ ଯୁଦ୍ଧ କାଳୀନଭିତ୍ତିରେ କାର୍ଯ୍ୟହୋଇ ସୋମବାରଠାରୁ କେନ୍ଦ୍ର ଆରମ୍ଭ ପାଇଁ ଯଥାସମ୍ଭବ ଚେଷ୍ଟାଚାଲିଛି।
Posted inଆମ ଜିଲା ଖବର, ଗଞ୍ଜାମ