କରୋନା ମୁକାବିଲା: ସମସ୍ତ ଜିଲାରେ ୧୪୪ ଧାରା ଜାରି

ଲକ୍ଷ୍ନୌ,୫।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଏନେି ଘୋଷଣା କରାଯାଇଛି। କୌଣସିସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଥିବାରୁ ପ୍ରଚାର ପାଇଁ ଅନୁମତି ନେଇ ୧୦୦ ଜଣ ଏକାଠି ହୋଇ ପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ସ୍କୁଲ୍‌, କଲେଜ ତଥା କୋଚିଂ ସେଣ୍ଟରକୁ ବନ୍ଦ କରାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୧୬୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କରୋନା ମାର୍ଗଦର୍ଶିକା ପାଳନ କରୁ ନ ଥିବା ଅମାନିଆଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।

Share