ମେ’ ମାସରେ ତାଣ୍ଡବ ରଚିଛି କରୋନା: ୨୧ ଦିନରେ ୮୩ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୨୨।୫: ଭାରତରେ କରୋନା ମହାମାରୀ ଅଣାୟତ୍ତ ହେବାରେ ଲାଗିଛି। ମେ’ ମାସରେ ଦେଶରେ କରୋନା ତାଣ୍ଡବ ରଚି ରେକର୍ଡ କରିଛି। ମେ’ ୧ରୁ ୨୧ ମଧ୍ୟରେ ଦେଶରେ ୮୩ ହଜାର ୧୩୫ ଜଣଙ୍କ ମୃତ୍ୟୁ କରୋନା ମହାମାରୀ ଯୋଗୁ ଘଟିଛି। ଏହି ସମୟ ମଧ୍ୟରେ ୭୧ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏପ୍ରିଲ୍‌ ମାସରେ ଦେଶରେ ୬୯ ଲକ୍ଷ ୪୦ ହଜାର ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ତେବେ ମେ’ ମାସ ସବୁଠାରୁ ଅଧିକ ଘାତକ ସାବ୍ୟସ୍ତ ହୋଇଛି। ମେ’ ମାସରେ ପ୍ରତିଦିନ ହାରାହାରି ୩ ହଜାର ୯୫୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାଯୋଗୁ ଦେଶରେ ଥିବା ଶ୍ମଶାନ ଏବଂ କବରସ୍ତାନରେ ଅନ୍ତିମ ସଂସ୍କାର ପାଇଁ ସଙ୍କଟ ସୃଷ୍ଟି ହୋଇଛି। ଶ୍ମଶାନ ଆଗରେ ମୃତଦେହଗୁଡ଼ିକର ଲମ୍ବା ଧାଡ଼ି ଲାଗି ରହିଛି। କବରସ୍ତାନରେ ସ୍ଥାନର ଅଭାବ ଦେଖାଦେଇଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ଶ୍ମଶାନରେ ଜୁଇ ନିଆଁ ଲିଭିବାର ନାଁ ଧରୁନି।

Share