Categories: ଖେଳ

ଆଇପିଏଲ ଉପରେ ପୁଣି କରୋନା ସଙ୍କଟ: ଖେଳାଳି ଆକ୍ରାନ୍ତ ହେଲେ ୭ ଦିନିଆ କ୍ୱାରାଣ୍ଟାଇନ…

କୋଲକାତା,୨୦।୩ : ୩୧ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ ହେଉଛି। ଏଥିପାଇଁ ବୋର୍ଡ ସମସ୍ତ ପ୍ରସ୍ତୁତି ଚଳାଇଛି। ଆଇପିଏଲ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଭାରତରେ ପଡିଆ ମଧ୍ୟ ପ୍ରସ୍ତୁତ। ଆଇପିଏଲ ୨୦୨୩ ପୂର୍ବରୁ ବୋର୍ଡର ଚିନ୍ତା ବଢ଼ିଚାଲିଛି। କାରଣ ଦେଶରେ କରୋନା ମାମଲାରେ ବୃଦ୍ଧି ଘଟୁଛି। ଏହା ସହିତ ଇନଫ୍ଲୁଏଞ୍ଜା ମଧ୍ୟ ଏହାର ରୂପ ଦେଖାଉଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ କୌଣସି ସମସ୍ୟାରେ ପଡ଼ିବାକୁ ଚାହୁଁନାହିଁ। ତେଣୁ ଆଇପିଏଲ-୨୦୨୩ ପାଇଁ ଏକ ନୂତନ ଗାଇଡଲାଇନ ଜାରି କରାଯାଇଛି।

କୋଭିଡ ପ୍ରୋଟୋକଲକୁ କଠୋର କରି ବିସିସିଆଇ ନିଜର ପଦକ୍ଷେପ ନେଇଛି। ଯେତେବେଳେ ୨୦୨୧ ମସିହାରେ କରୋନା ଆସିଲା, ବିସିସିଆଇ ଏହାର ନିୟମ ଉପରେ କଠୋର ହୋଇପାରିଲା ନାହିଁ। ଯେଉଁଥି ପାଇଁ ଅନେକ ଦଳର ଖେଳାଳିଙ୍କୁ କରୋନା ପଜିଟିଭ ହୋଇଥିଲେ। ବର୍ତ୍ତମାନ ଏଭଳି ପରିସ୍ଥିତି ଆଉ ଯେଭଳି ନ ହେବ ସେ ନେଇ ବୋର୍ଡ ସତର୍କ ହୋଇସାରିଛି। ବିସିସିଆଇ କହିଛି ଯେ ଯଦି ଜଣେ ଖେଳାଳି ଆଇପିଏଲ ମଧ୍ୟରେ କରୋନାରେ ଆକ୍ରାନ୍ତ ହୁଅନ୍ତି ତବେ ଖେଳାଳିଙ୍କୁ ୭ ଦିନର ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ। ଏହା ପରେ ସେ ଦଳରେ ଯୋଗ ଦେଇ ପାରିବେ।

ଆଇପିଏଲ ଆରମ୍ଭ ପାଇଁ ମାତ୍ର ୧୦ ଦିନ ବାକି ଅଛି। ଏପରି ପରିସ୍ଥିତିରେ, ବୋର୍ଡ ସହିତ ଖେଳାଳିମାନେ କାଜୁଆଲ କିଛି କରିବାକୁ ଚାହାଁନ୍ତି ନାହିଁ। ଏଥର ଫ୍ରାଞ୍ଚାଇଜିଙ୍କୁ ବିସିସିଆଇକୁ ମଧ୍ୟ ସାହାଯ୍ୟ କରିବାକୁ ପଡିବ, କେବଳ ସେତେବେଳେ ଆଇପିଏଲ ସଫଳତାର ସହିତ ସଂଗଠିତ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି। ସମଗ୍ର ବିଶ୍ୱ କ୍ରିକେଟରେ କରୋନା ସମ୍ବନ୍ଧରେ ପ୍ରସ୍ତୁତ ନିୟମକୁ କୋହଳ କରାଯାଇଛି। ଅନେକ ଦେଶ ସିରିଜରେ ପଜିଟିଭ୍‌ ଖେଳାଳିଙ୍କୁ ଖେଳିବାକୁ ଦେଉଛନ୍ତି। କିନ୍ତୁ ଏହା ଆଇପିଏଲରେ ଏଭଳି ଘଟିବ ନାହିଁ ।

କରୋନା ପଜିଟିଭ ଖେଳାଳିମାନଙ୍କୁ ସେମାନଙ୍କର ସାତ ଦିନର କ୍ୱାରାଣ୍ଟାଇନ ଅବଧି ସମାପ୍ତ କରିବାକୁ ପଡ଼ିବ ଏବଂ ଏହା ପରେ ସେମାନେ ଏକ ନେଗେଟିଭ ରିପୋର୍ଟ ସହିତ ପରବର୍ତ୍ତୀ ମ୍ୟାଚରେ ଦଳରେ ଯୋଗ ଦେବାକୁ ସକ୍ଷମ ହେବେ।

 

Share