ନାଗପୁର,୨୨।୨: ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି କଡ଼ା କଟକଣା ଜାରି କରାଯାଇଛି। ନାଗପୁର ଜିଲାରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ସପ୍ତାହର ଶନିବାର ଏବଂ ରବିବାର ମୁଖ୍ୟ ବଜାର ବନ୍ଦ କରାଯିବାକୁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି। ସପ୍ତାହର ଅନ୍ୟ ୫ ଦିନ ମୁଖ୍ୟ ବଜାରର ଅଧା ଦୋକାନ ଖୋଲିବ ଏବଂ ଅବଶିଷ୍ଟ ବନ୍ଦ ରହିବ। ସେହିପରି ସାମାଜିକ, ରାଜନୈତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ମୃତୁ ୍ୟସଂଖ୍ୟା ୩୫ରେ ପହଞ୍ଚିଛି। ସେହିପରି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୯୭୧ ଛୁଇଁଛି। ଅପରପକ୍ଷରେ ଏହି ସମୟ ମଧ୍ୟରେ ୨ ହଜାର ୪୧୭ ଜଣ ଆକ୍ରାନ୍ତ ଚିକିତ୍ସା ପରେ ଘରକୁ ଫେରିଛନ୍ତି।