କରୋନା ମୃତ୍ୟୁ ସଂଖ୍ୟା, କରାଯାଉଛି ଅପପ୍ରଚାର…

ନୂଆଦିଲ୍ଲୀ,୨୨।୭: ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ନେଇ ଅପପ୍ରଚାର କରାଯାଉଥିବା କେନ୍ଦ୍ର ସରକାରଙ୍କ କହିଛନ୍ତି। ପ୍ରକାଶ ପାଇଥିବା କେତେକ ରିପୋର୍ଟରେ କରୋନା ମୃତ୍ୟୁ ସଂଖ୍ୟା ନେଇ ଭ୍ରମାତ୍ମକ ତଥା ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଛି। ଏହି ରିପୋର୍ଟ  ତଥ୍ୟ ଭିତ୍ତିକ ନୁହେଁ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି। ଦେଶରେ ୫୦ ଲକ୍ଷ ପାଖାପାଖି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ କେତେକ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ସ୍ପଟୀକରଣ ଦିଆଯାଇଛି।

Share